କୋଭିଡ୍‌ ନିୟମ ଉଲ୍ଲଂଘନ, ୪ ଦୋକାନ ସିଲ୍

ଯାଜପୁରଟାଉନ/ସଦର : ଲକଡାଉନ ଜାରି ରହିଥିବା ବେଳେ ଅନେକ ବ୍ୟବସାୟୀ କରୋନା କଟକଣାକୁ ଫୁ କରି ଖୋଲାଖ‌ୋଲି ଭାବେ ବ୍ୟବସାୟ କରୁଛନ୍ତି। ଅନେକ ଦୋକାନ ଖୋଲିବାର ଅନୁମତି ନଥାଇ ମଧ୍ୟ ଦୋକାନ ଖୋଲି ବିକ୍ରିବଟା କରୁଛନ୍ତି। କେତେକ ବ୍ୟବସାୟୀ ଦୋକାନ ଭିତରେ ଗହଳି କରି ବିକ୍ରି କରୁଛନ୍ତି।

ଆଜି ଯାଜପୁର ଅତିରିକ୍ତ ତହସିଲଦାର କ୍ଷୀରୋଦ କୁମାର ଦାସଙ୍କ ସହ ଟାଉନ ଥାନାଧିକାରୀ ମାନସ ରଂଜନ ଚକ୍ର ଯାଜପୁର ପୌରପାଳିକାର ବିଭିନ୍ନ ଦୋକାନ ଯାଞ୍ଚ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାରି ଭିତରେ ୩ଟି ଦୋକାନ କୋଭିଡ୍‌ ମାର୍ଗଦର୍ଶିକାକୁ ଉଲ୍ଲଂଘନ କରି କାର୍ଯ୍ୟ କରୁଥିବାରୁ ସେମାନଙ୍କ ଦୋକାନକୁ ସିଲ୍ କରାଯିବା ସହ ଜରିମାନା ଆଦାୟ କରାଯାଇଛି। ଏହି ଚଢ଼ଉରେ ଅତିରିକ୍ତ ତହସିଲଦାରଙ୍କ ସହ ତହସିଲ କର୍ମଚାରୀ ଓ ପୁଲିସ କର୍ମଚାରୀ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର