ପ୍ଲାଜମା ଦାନ କରିବେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର: ମହାମାରୀ କରୋନା ଭାଇରସରୁ ସୁସ୍ଥ ହୋଇଥିବା ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ଲାଜମା ଦାନ କରିବେ । ଭୁବନେଶ୍ୱରସ୍ଥିତ ଓଡ୍ରାଫ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି ।

 

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦ ଜଣ ଅଗ୍ନିଶମ କର୍ମଚାରୀ ଏହି କାମରେ ସାମିଲ ହେବେ । କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜରେ ସେମାନଙ୍କରଠାରୁ ପ୍ଲାଜମା ସଂଗ୍ରହ ହେବ । ସଂଗୃହୀତ ପ୍ଲାଜମା ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହାର କରାଯିବ ।

ସମ୍ବନ୍ଧିତ ଖବର

Comments are closed.