ଭୁବନେଶ୍ବର : କୋଭିଡ଼୍ ସଚେତନତା ବାର୍ତ୍ତା ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେବା ପରେ ରାଜ୍ୟର ହଜାର ହଜାର କଳାକାର ଆଗେଇ ଆସିଥିଲେ। ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ପକ୍ଷରୁ ସିଏସିଏ(କୋଭିଡ୍ ଆୱାରନେସ୍ କ୍ଲିପ୍ ଆଲବମ୍) ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ଯେଉଁଥିରେ ୫୦ ହଜାରରୁ ଉର୍ଦ୍ଧ୍ୱ କଳାକାରଙ୍କ ସାଂସ୍କୃତିକ ସ୍ୱାକ୍ଷର ବହନ କରିଥିବା ଭିଡିଓଗୁଡ଼ିକର ଆଲବମ୍ ଆଜି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ସାଂସଦ ଅମର ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ଆବାହକ ରବିନାରାୟଣ ନନ୍ଦ ଓ ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି ଏହାକୁ ପ୍ରଦାନ କରିଛନ୍ତି।
ଅକ୍ଟୋବର ୨ରୁ ନଭେମ୍ବର ୧୬ ମଧ୍ୟରେ ପଞ୍ଚାୟତସ୍ତରରେ କଳାକାର ଏହି ଅଭିଯାନରେ ସାମିଲ ହୋଇଥିଲେ। ନିଜ କଳା ପ୍ରଦର୍ଶନ ମାଧ୍ୟମରେ ତଥା ନିଜ ବକ୍ତବ୍ୟ ଜରିଆରେ ଏହି ବାର୍ତ୍ତାକୁ ପ୍ରଦାନ କରିବାର ଏକ ଭିଡିଓ କ୍ଲିପ୍ ପ୍ରସ୍ତୁତ କରିଥିଲେ। ଆବାହକ ରବିନାରାୟଣ ନନ୍ଦ, ସଂଯୋଜକ ପ୍ରବୀର ମହାନ୍ତିଙ୍କ ସଂଯୋଜନା ଓ ପରିଚାଳନାରେ ରାଜ୍ୟର ୩୦ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ରାଜ୍ୟ କମିଟି ସଦସ୍ୟ ଦେବରାଜ ସେନାପତି, ଜୀବନ ଦୀକ୍ଷିତ, ଜ୍ୟୋତ୍ସ୍ନାମୟୀ ପରିଡ଼ା, ଅଜୟ ରାଉତରାୟ, ଗୌରୀ ବେହେରାଙ୍କ ସମେତ ସମସ୍ତ ଜିଲ୍ଲା ସାମ୍ମୁଖ୍ୟର ସଂଯୋଜକ ଏଥିରେ ସହଯୋଗ କରିଥିଲେ। ୩୩୧୪ ପଞ୍ଚାୟତରୁ ୫୦ ହଜାରରୁ ଅଧିକ କଳାକାର ୧୪ ହଜାରରୁ ଉର୍ଦ୍ଧ୍ବ ଭିଡିଓ କ୍ଲିପ୍ ପଠାଇଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରଚଳିତ ଜନଜାତି ଓ ଆଞ୍ଚଳିକ ଭାଷାରେ କବି, କଳାକାର ନିଜର ଅଭିବ୍ୟକ୍ତି ଏବଂ ହଜିଯାଉଥିବା ଲୋକକଳା ମାଧ୍ୟମରେ ଏହି ସଚେତନତା ପ୍ରଚାର କରିଛନ୍ତି। ଏହି କଳାକୃତୀ ବହନ କରିଥିବା ଭିଡିଓଗୁଡ଼ିକ ସାମାଜିକ ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ କରାଯିବାର ଯୋଜନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/BJD-2.jpg)