ଟିକାର ଅଭାବ ନେଇ କେନ୍ଦ୍ରକୁ ଅବଗତ କରାଇବା ପରେ ଆଜି ଓଡ଼ିଶାରେ ଆସି ପହଞ୍ଚିଲା ୨ଲକ୍ଷ କୋଭିସିଲ୍ଡ ଟିକା

ଭୁବନେଶ୍ବର: ନିଅଣ୍ଟିଆ ଟିକା ସମସ୍ୟା ନେଇ ରାଜ୍ୟର ୮ଟି ଜିଲ୍ଲାରେ ଟିକାକରଣ ବନ୍ଦ ଥିବା ବେଳେ ଆଜି ୨ ଲକ୍ଷ କୋଭିସିଲ୍ଡ ଟିକା ପହଂଚିଥିବା ସୂଚନା ମିଳିଛି । ଏହି ଟିକା ଏବେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ଏହି ଟିକାକୁ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯିବ ବୋଲି କୁହାଯାଇଛି ।

କହିରଖୁ କି ରାଜ୍ୟରେ ଟିକାକରଣ ଅଭିଯାନକୁ ଜୋରଦାର କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ବେଳେ କେନ୍ଦ୍ରର ଟିକା ଯୋଗାଣ ନେଇ କିଛିଟା ସମସ୍ୟା ଦେଖା ଦେଇଥିଲା । ଫଳରେ ରାଜ୍ୟରେ ପ୍ରାୟ ୧ ହଜାର ଟିକା କେନ୍ଦ୍ର ବନ୍ଦ ରହିଥିଲା । ବିଶେଷ ଭାବେ ରାଜ୍ୟରେ ୪୨୭ ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ଚାଲିଥିବା ବେଳେ ୮ ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଏନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖି ଟିକାର ଅଭାବ ବିଷୟରେ ଅବଗତ କରାଇବା ପରେ ଆଜି କେନ୍ଦ୍ର ସରକାର ୨ ଲକ୍ଷ କୋଭିସିଲ୍ଡ ଟିକା ଉପଲବ୍ଧ କରାଇଛନ୍ତି ।

ସମ୍ବନ୍ଧିତ ଖବର