ଗଞ୍ଜାମରେ ଗାଈଙ୍କ ପାଇଁ ମୃତ୍ୟୁ ଆଣୁଛି ଚର୍ମବିଣ୍ଡି ରୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏବେ ଗାଈଙ୍କ ପାଇଁ ମୃତ୍ୟୁର କାରଣ ସାଜୁଛି ଚର୍ମବିଣ୍ଡି ରୋଗ | ଜିଲ୍ଲାର ୨୨୦ ପଂଚାୟତ ସମେତ ୪୦୯ଟି ଗାଁର ଶତାଧିକ ଗାଈ ଏହି ରୋଗରେ ଆକ୍ରାନ୍ତ ହୋଇପଡିଛନ୍ତି | ଗାଈଗୁଡ଼ିକ ୧୫ ଦିନ ହେବ ଆକ୍ରାନ୍ତ ହୋଇଥିବାବେଳେ ଏ ହେଁ ପ୍ରାୟ ୩ଟି ଗାଈଙ୍କର ମୃତ୍ୟୁ ହୋଇଯାଇଛି |

New Indian Express

୨୩୫୬ଟି ଗାଈ ଚର୍ମବିଣ୍ଡି ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ରକ୍ତ ନମୁନା ସଂଗ୍ରହ କରାଯାଇ ଫୁଲନଖରା ଓ ଭୋପାଳ ସ୍ଥିତ ପଶୁ ଗବେଷଣା କେନ୍ଦ୍ରକୁ ପଠାଯାଇଛି | ବଡ କଥା ଏହି ରୋଗର କୌଣସି ପ୍ରତିଷେଧକ ବ୍ୟବସ୍ଥା ନଥିବାରୁ ଗାଈମାନଙ୍କର ଚିକିତ୍ସା ସେତେଟା ଆଖିଦୃଶିଆ ହୋଇପାରୁଛି | ତେବେ ଏହି ରୋଗ ଯେଭଳି ନ ବ୍ୟାପେ ସେଥିପାଇଁ ହିଞ୍ଜିଳି ଓ ବେଲଗୁଣ୍ଠାରେ ଥିବା ଗୋରୁହାଟକୁ ବନ୍ଦ କରିଦିଆଯାଇଛି |

ବ୍ରହ୍ମପୁର ମ୍ୟୁନିସିପାଲଟି, ହିଞ୍ଜିଳି ମ୍ୟୁନିସିପାଲଟି ଓ ୭ଟି ଏନଏସି ଅଂଚଳରେ ଗାଈମାନେ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି | ଅନ୍ୟପଟେ ପଶୁ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ଯେ ରୋଗ ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି |

ସମ୍ବନ୍ଧିତ ଖବର