ଟ୍ରେନ୍‌ ଧକ୍କାରେ ମାଈହାତୀ ମୃତ

ଢେଙ୍କାନାଳ: ଗୁରୁବାର ସକାଳେ ସଦର ରେଞ୍ଜ ଅନ୍ତର୍ଗତ କଇଥ ପୋଲିଆ ନିକଟରେ ଗୋଟାଏ ମାଲବାହୀ ଟ୍ରେନ୍‌ ଧକ୍କା ଦେବାରୁ ଗୋଟାଏ ମାଈହାତୀର ମୃତ୍ୟୁ ଘଟିଛି।

ଅନ୍ୟ ହାତୀଗୁଡ଼ିକ ସହ ଏହି ମାଈହାତୀଟି ରେଳଧାରଣା ପାରି ହେଉଥିବା ସମୟରେ ଦୁର୍ଘଟଣାଘଟିଥିଲା।

ସ୍ଥାନୀୟ ଲୋକମାନଙ୍କ ଠାରୁ ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତ ହାତୀର ବୟସ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର