ବୁଲା ଗାଈଗୋରୁଙ୍କ ପାଇଁ ସମ୍ବଲପୁର ଜିଲ୍ଲାରେ ଦିନକୁ ଦିନ ବଢୁଛି ଦୁର୍ଘଟଣା

ସଚେତନତା ପାଇଁ ବୁଲୁଛି ପ୍ରଚାର ଗାଡି, ଗାଈଗୋରୁଙ୍କୁ ମାଲିକମାନେ ଗୁହାଳରେ ରଖିବା ପାଇଁ ସଚେତନ କରାଉଛି ସମ୍ବଲପୁର ମହାନଗର ନିଗମ

ସମ୍ବଲପୁର : ବୁଲା ଗାଈଙ୍କ ପାଇଁ ବଢୁଛି ଦୁର୍ଘଟଣା! ସଚେତନତା ପାଇଁ ବୁଲୁଛି ପ୍ରଚାର ଗାଡି। ସମ୍ବଲପୁର ମହାନଗର ନିଗମର ବୁଲୁ ଥିବା ଗାଈଗୋରୁଙ୍କୁ ଗୁହାଳରେ ରଖିବା ନେଇ ଅଭିନବ ଉପାୟ। ମାଲିକଙ୍କୁ ସଚେତନ କରିବା ପାଇଁ ସହରରେ ବୁଲୁଛି ପ୍ରଚାର ଗାଡି। ଗାଈ ଗୁଡିକୁ ଘରେ ରଖ ନଚେତ ମହାନଗର ନିଗମ ଜବତ କରିବ।

ସମ୍ବଲପୁର ଜିଲ୍ଲାରେ ଦିନକୁ ଦିନ ଦୁର୍ଘଟଣା ବଢୁଛି ଆଉ ଏହାର ମୁଖ୍ୟ କାରଣ ପାଲଟିଛନ୍ତି ବୁଲା ଗାଈଗୋରୁ। ତେଣୁ ଗାଈଗୋରୁଙ୍କୁ ମାଲିକମାନେ ଗୁହାଳରେ ରଖିବା ପାଇଁ ସଚେତନ କରାଉଛି ସମ୍ବଲପୁର ମହାନଗର ନିଗମ। ଏକ ସ୍ୱତନ୍ତ୍ର ପ୍ରଚାର ଗାଡି ସହର ସାରା ବୁଲି ପ୍ରଚାର କରୁଛି। ଗାଈମାନଙ୍କୁ ଘରେ ବାନ୍ଧି ରଖ ନହେଲେ ଗୋଶାଳା ପଠାଇ ଦିଆଯିବ। ଏହାସହ ମାଲିକଙ୍କଠୁ ଜରିମାନା ଆଦାୟ କରାଯିବ ବୋଲି ଚେତାବନୀ ଦେଉଛି ମହାନଗର ନିଗମ।

ସେପଟେ ବୁଲା ଗାଈଗୋରୁଙ୍କ ପାଇଁ ଅତିଷ୍ଠ ହୋଇ ଗଲେଣି ସମ୍ବଲପୁର ବାସିନ୍ଦା। ରାତିଦିନ ଯେତେବେଳେ ଦେଖିବେ ରାସ୍ତା ମଝିରେ ଗାଈ ଗୋରୁ ଶୋଇରହୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବାର ନଜିର ରହିଛି। ପ୍ରଶାସନର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି। ତେବେ ସମ୍ବଲପୁର ମହାନଗର ନିଗମର ଚେତାବନୀ ଓ ସଚେତନ ଗାଈ ମାଲିକଙ୍କୁ କେତେ ମାତ୍ରାରେ ପ୍ରଭାବିତ କରୁଛି ତାହା ସମୟ କହିବ।

ସମ୍ବନ୍ଧିତ ଖବର