ଢେଙ୍କାନାଳ: ଆଜି ସକାଳେ ଢେଙ୍କାନାଳ ଜିଲ୍ଲାରେ ବେଆଇନ୍ ଚାଲାଣ ବେଳେ ୬ ଗୋରୁ ଗାଡ଼ି ଜବତ ହୋଇଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲାର ନିହଲପ୍ରସାଦ ଅଞ୍ଚଳରେ ୬ଟି ଗୋରୁ ବୋଝେଇ କଣ୍ଟେନର ଜବତ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ସମୟରେ ଗଁଦିଆ ବ୍ଲକ ଅନ୍ତର୍ଗତ ନିହଲପ୍ରସାଦରେ ୬ଟି ଗାଡ଼ିରେ ପ୍ରାୟ ୬୦୦ ଗୋରୁ ଚାଲାଣ ହେଉଥିବାର ସୂଚନା ପାଇ ସ୍ଥାନୀୟ ଲେକେ ସେହି ଗାଡ଼ିଗୁଡ଼ିକୁ ଅଟକାଇଥିଲେ। ଏହି ଗୋରୁ ବୋଝେଇ ଗାଡ଼ିଟି ଅନୁଗୁଳରୁ କୋଲକାତା ଯାଉଥିବା କୁହାଯାଉଛି। ତାପରେ ସେମାନେ ଉକ୍ତ ଗାଡ଼ି ଏବଂ ଏଥିରେ ସଂଶ୍ଳିଷ୍ଟ ଥିବା ୫ଜଣଙ୍କୁ ପୁଲିସ ଜିମା ଦେଇଥିଲେ।ତେବେ ଜଣେ ଫେରାର ହୋଇଯାଇଥିବା ଜଣାଯାଇଛି।ଠିକ୍ ସେହିପରି ଉକ୍ତ ଗାଡ଼ି ସହ ଆସୁଥିବା ଦୁଇଟି ବୋଲେରୋକୁ ବି ଜବତ କରାଯାଇଛି।
/sambad/media/post_attachments/wp-content/uploads/2019/10/dhenk3-300x169.jpg)
ଅଟକଥିବା ଅଭିଯୁକ୍ତମାନେ ହେଲେ ଡ୍ରାଇଭର ସୁଶାନ୍ତ ସେଠୀ, କୈଳାସ ଚନ୍ଦ୍ର ବେହେରା ଅମୀର ଖାନ୍, ସଲିଲ ଖାନ୍ ଏବଂ ଶେଖ୍ ଅବଦୁଲ ରହେମାନ୍। ଏମାନେ ସମସ୍ତେ କଟକ,ଖୋର୍ଦ୍ଧା ଏବଂ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାଯାଇଛି। ପୁଲିସ ସେମାନଙ୍କୁ ପଚରାଉଚରା କରୁଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଆଜି ସକାଳେ ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ଖନ୍ତାପଡା ଥାନା ସେରଗଡ଼ଠାରେ ମଧ୍ୟ ଦୁଇ ଗୋରୁ ବୋଝେଇ କଣ୍ଟେନର ଗାଡ଼ିକୁ ଜବତ କରାଯିବା ସହ ୩୦୦ ଗୋରୁ ଉଦ୍ଧାର ହୋଇଥିବା ଖବର ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/dhenk2.jpg)