ଚରମ୍ପା କେନାଲ ରୋଡରୁ ଗୋରୁମାଂସ ଜବତ : ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ

ଭଦ୍ରକ : ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ଚରମ୍ପା କେନାଲ ରୋଡରେ ଏକ ଟ୍ରଲିରେ ଗୋରୁମାଂସ ନିଆଯାଉଥିବା ବେଳେ ଏହା ଜଣାପଡିବା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଛନ୍ତି। ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୋମାଂସ ବୋଝେଇ ଟ୍ରଲିକୁ ଜବତ କରିବା ସହିତ ଟ୍ରଲି ଚାଳକକୁ ଅଟକ ରଖିଛି।

ମିଳିଥିବା ସୂଚନା ଅନୁସାରେ ରାତି ପ୍ରାୟ ୧୦ଟା ପାଖାପାଖି ସମୟରେ ଜଣେ ଟ୍ରଲି ଚାଳକ ଗୋମାଂସ ଟ୍ରଲିରେ ଲଦି ନେଉଥିବା ବେଳେ ଏହା ଲୋକମାନଙ୍କ ନଜରକୁ ଆସିବା ପରେ ଲୋକମାନେ ଟ୍ରଲିକୁ ଅଟକାଇ ଯାଞ୍ଚ୍‌ କରିଥିଲେ। ଏଥିରେ ଗୋମାଂସ ଓ ଚମଡା ଥିବା ଜଣାପଡିବାରୁ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତଲୋକମାନେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ରାସ୍ତାରୋକ ଫଳରେ ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଥିବା ସୂଚନା ମିଳିଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର