ବାମରା: ବାମରା ବ୍ଲକ ଲରିଆପାଲି ପଞ୍ଚାୟତ ମୋରାମ ଗ୍ରାମରେ ଶନିବାର ଗୋରୁ ମାସଂ ଏକ ବାଇକରେ ଚାଲାଣ ହେଉଥିବା ନେଇ ଗ୍ରାମବାସୀମାନେ ଖବର ପାଇଥିଲେ। ପରେ ସେମାନେ ଉକ୍ତ ଚାଲାଣକାରୀ ପିଛା କରୁଥିବା ଜାଣିପାରି ଦୁର୍ବୁତ୍ତ ଜଣକ ବାଇକରେ ନେଇ ଯାଉଥିବା ଉକ୍ତ ମାଂସ ବସ୍ତାକୁ ଫୋପାଡ଼ି ଦ୍ରୁତ ଗତିରେ ଫେରାର ମାରିଥିଲେ।
ଗ୍ରାମସୀମାନେ ଏ ବିଷୟରେ ମହୁଲପାଲି ପୁଲିସକୁ ସୂଚନା ଦେଇଥିଲେ। ମହୁଲପାଲି ପୁଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଥିବା ବେଳେ କୌଣସି ଲିଖିତ ଅଭିଯୋଗ ନ ହେବାରୁ ମାମଲା ରୁଜୁ କରାଯାଇ ନ ଥିବା ପୁଲିସ ସୂତ୍ରରୁ ପ୍ରକାଶ। ପରେ ଉକ୍ତ କଟା ମାଂସକୁ ନିକଟ ପଡ଼ିଆରେ ପୋତି ଦିଆଯାଇଥିଲା।