ଗୋ-ହତ୍ୟା ଘଟଣା, ୬ ଗିରଫ

ଜମନକିରା: ଜମନକିରା ଥାନା ଫାଶୀମାଲ ପଞ୍ଚାୟତ ଦେହେରୁଣୀମାଲ ଗାଁ ମୁଣ୍ଡାପଡ଼ାର ବିଜୁ ପକ୍କା ଘର ଭିତରୁ ଶୁକ୍ରବାର ଗୋ-ହତ୍ୟା ପରେ ମାଂସ ପ୍ରସ୍ତୁତ କରାଯାଉଥିବା ଘଟଣା ପ୍ରଘଟ ହେବା ପରେ ମାଂସ କଟାଳି ମାନେ ଫେରାର ମାରିଥିଲେ।

ଏହି ଘଟଣାରେ ପୁଲିସ୍‌ ଜ୍ୟୋତିଷ ମୁଣ୍ଡା (୪୫)କୁ ଅଟକ ରଖି ଜେରା କରିଥିଲା। ଜେରା ବେଳେ ମୁଖ୍ୟ ଅଭିଯୁକ୍ତ ଜ୍ୟୋତିଷକୁ ମୁଣ୍ଡାପଡାର ୫ ଜଣ ସହଯୋଗ କରିଥିବା ଜଣା ପଡ଼ିଥିଲା। ଶୁକ୍ରବାର ରାତିରେ ଦେହେରୁଣୀମାଲ ଗ୍ରାମରେ ଲୁଚିଥିବାବେଳେ ଜୟ ମୁଣ୍ଡା(୪୨), ସଞ୍ଜୟ ଠାକୁର(୨୯), ସୁମନ୍ତ କାଣ୍ଡୁଲନା(୨୪), ନିରଞ୍ଜନ ଜଟର୍ମା(୨୭), ତୁଲାରାମ ନିଖଣ୍ଡିଆ (୩୨)କୁ ଗିରଫ କରିଥିଲା। ଶନିବାର ୬ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର