ଦେବଗଡ଼: ଦେବଗଡ଼ ଥାନାଞ୍ଚଳର ବଡବାଲିପଶି ଗ୍ରାମରେ ବୁଧବାର ଗୋରୁ ମାଂସ ବିକ୍ରି ବେଳେ ଉତ୍ତେଜନା ଦେଖାଦେଇଥିଲା। ସୂଚନା ପାଇ ଦେବଗଡ଼ ଆଦର୍ଶ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ କଟା ଗୋରୁ ମାଂସ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଡବାଲିପଶି ଗ୍ରାମର ଶ୍ରୀରାମ ନାୟକ(୨୫) ଓ ବାରକୋଟ ଥାନାଞ୍ଚଳର ପୁରୁଣାପାଣି ଗ୍ରାମର ଗୋବିନ୍ଦ ନାୟକ(୩୫)। ଉଭୟ ଶଳା, ଭିଣୋଇ ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ, ବଡ଼ବାଲିପଶି ଗ୍ରାମର ଶ୍ରୀରାମ ଓ ଗୋବିନ୍ଦ ଗ୍ରାମରୁ ଜଣେ ବ୍ୟକ୍ତିଙ୍କଠାରୁ ମଙ୍ଗଳବାର ଏକ ଗୋରୁ କିଣିଥିଲେ। ବୁଧବାର ସକାଳେ ଗ୍ରାମରେ ତାକୁ ହତ୍ୟା କରି ମାଂସ ବିକ୍ରି ପାଇଁ ପ୍ରସ୍ତୁତି କରୁଥିବା ବେଳେ ଗ୍ରାମବାସୀ ଏହା ଜାଣି ପାରିଥିଲେ। ଫଳରେ ଗ୍ରାମରେ ଉତ୍ତେଜନା ଦେଖା ଯାଇଥିଲା। ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/17-20.jpg)