ଗୋ-ସୁରକ୍ଷା‌ ପ୍ରସଂଗରେ ୪ ମାସ ଭିତରେ ପଦକ୍ଷେପ ଗ୍ରହଣ ପାଇଁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଗୋ-ହତ୍ୟା ଓ ବେଆଇନ ଗୋ ଚାଲାଣ ରୋକିବା ପ୍ରସଂଗରେ ଚାରି ମାସ ଭିତରେ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ରାଜ୍ୟ ଗୁଡିକ ଗୋ-ହତ୍ୟା ଓ ‌ଗୋ ଚାଲାଣ ଉପ‌େର ଅଙ୍କୁଶ ପାଇଁ ନେଇଥିବା ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ସରକାର ଏହି ପ୍ରସଂଗରେ ପଦକ୍ଷେପ ଗ୍ରହଣ କରିବେ। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜୟନ୍ତୀ ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର