ଭଦ୍ରକ ସହରର ମୋଟେଲ ଛକରୁ ଗୋରୁ ବୋଝେଇ ଗାଡ଼ି ଅଟକ, ୧୨ଗୋରୁ ଉଦ୍ଧାର

ଭଦ୍ରକ: ଭଦ୍ରକ ସହରର ମୋଟେଲ ଛକରୁ ୧୬ ନମ୍ବର ଜାତୀୟ ରାଜପଥ ଉପରୁ ରାତିରେ ଏକ ଗୋରୁ ବୋଝେଇ ଗାଡ଼ିକୁ ଟାଉନ ଥାନା ପୁଲିସ ଅଟକାଇ ସେଥିରୁ ୧୨ଟି ଗୋରୁ ବାହାରକୁ ଚାଲାଣ ହେଉଥିବା ବେଳେ ଜବତ କରିଥିବାର ଖବର ମିଳିଛି। ଏହାପରେ ସେହି ଗୋରୁମାନଙ୍କୁ ଭଦ୍ରକ ଗୋଶାଳାରେ ଛାଡି ଦିଆଯାଇଛି।ଭଦ୍ରକରୁ ଗୋରୁ ବୋଝେଇ ଗାଡ଼ି କଲିକତା ଯାଉଥିଲା ବୋଲି କୁହାଯାଉଛି।

ଭଦ୍ରକରେ ଗୋରୁ ମାଫିଆ ସକ୍ରିୟ ରହିଥିବା ବେଳେ ପୁଲିସର କାର୍ଯ୍ୟାନୁଷ୍ଠାନ ଠିକ ଭାବେ ହେଉନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି। ତେବେ ଗାଡ଼ିର ଡ୍ରାଇଭରକୁ ଗିରଫ କରାଯାଇଥିବାର ସୂଚନା ନାହିଁ କି ସେହି ଗାଡ଼ିକୁ ଏସକର୍ଟ କରୁଥିବା ଲୋକଙ୍କ ସଂପର୍କରେ ପୁଲିସ ପାଖରେ କିଛି ତଥ୍ୟ ନ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଆଗରୁ ବହୁବାର ଲୋକେ ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଛନ୍ତି। କିନ୍ତୁ ଏହି ଗୋରୁଚାଲାଣ ଥମିବାର ନାମ ନେଉନାହିଁ। ଏହାକୁ ନେଇ ସାଧାରଣରେ ପୁଣି ଅସନ୍ତୋଷ  ଦେଖା ଦେଇଛି।

ସମ୍ବନ୍ଧିତ ଖବର