ଝାରସୁଗୁଡ଼ା: ଝାରସୁଗୁଡ଼ା ସୀମାରେ ଥିବା ରେଙ୍ଗାଲି ଥାନା ପକ୍ଷରୁ ଆଜି ସକାଳେ ଗୋରୁ ଚାଲାଣ ହେଉଥିବା ଏକ କଣ୍ଟେନରକୁ ଜବତ କରଯାଇଛି। ଏଥିରେ ସଂପୃକ୍ତ ୫ ଜଣଙ୍କୁ ଅଟକ ରଖିଥିବା ପୁଲିସ ସୂତ୍ରରୁ ପ୍ରକାଶ।
ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ ରେଙ୍ଗାଲି ପୁଲିସ ପକ୍ଷରୁ ଉପାନ୍ତ ଅଂଚଳର୧୯ଖଣ୍ଡ ମୌଜା ଅମାପାଲି ଗାଁ ରୁ କଣ୍ଟେନର ଯୋଗେ ଗୋ ଚାଲାଣ ହେଉଥିବା ଖବର ମିଳିବା ପରେ ରେଙ୍ଗାଲି ଆଇଆଇସି ସାରଙ୍ଗଧର ପାଣିଗ୍ରାହୀ ବୁଧବାର ରାତିରେ ଚଢ଼ାଉ କରି ଉକ୍ତ କଣ୍ଟେନରକୁ ଜବତ କରିଛନ୍ତି।
/sambad/media/post_attachments/wp-content/uploads/2020/07/cont4.jpg)
ଉକ୍ତ ଗୋରୁ ବୋଝେଇ କଣ୍ଟେନରଟି ୪୫ ଗୋରୁ ବୋଝେଇ କରିବା ପରେ କାଦୁଅରେ ଫସି ଯାଇଥିଲା। ପୁଲିସ ବହୁ କଷ୍ଟରେ ଜେସିପି ସାହାଯ୍ୟରେ କଣ୍ଟେନରକୁ କାଦୁଅରୁ ବାହାର କରି ଥାନାକୁ ନେଇଥିଲା। କଣ୍ଟେନରଟିରେ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ କରାଯାଉଥିବା ଜଣାପଡ଼ିଛି। ଏହି ଚଢ଼ାଉ ସମୟରେ କଣ୍ଡେଇକେଲା ଏ ଏସ ଆଇ ରୁଷଭ ପଣ୍ଡା ସହିତ କନକତୋରା ବିଟ ହାଉସ ଏଏସଆଇ ସୌଭାଗ୍ୟ ରାଉତ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/cont.jpg)