ନୟାଗଡ଼ ଜିଲ୍ଲାର କଣ୍ଟିଲୋ ଅଞ୍ଚଳରୁ ଗୋରୁ ବୋଝେଇ ୭ଟି ଟ୍ରକ୍ ଓ ଗୋଟିଏ  ପିକ ଅପ୍ ଭ୍ୟାନ୍ ଜବତ, ୨ ଗିରଫ

ଉଦ୍ଧାର ୮୮ ଟି ଗୋରୁଙ୍କୁ ଗୋଶାଳାକୁ ପଠାଗଲା

ନୟାଗଡ଼/ କଣ୍ଟିଲୋ:  ନୟାଗଡ଼ ଜିଲ୍ଲାର କଣ୍ଟିଲୋ ଅଞ୍ଚଳରୁ ୭ଟି ଗୋରୁ ବୋଝେଇ ଟ୍ରକ୍ ଓ ଗୋଟିଏ ପିକ ଅପ୍ ଭ୍ୟାନ୍ ଜବତ କରାଯିବା ସହ ୮୮ ଟି ଗୋରୁ ଉଦ୍ଧାର କରାଯାଇଥିବାର ଖବର ମିଳିଛି।ଏହି ମାମଲାରେ୨ ଜଣଙ୍କୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କେତେକ ଗୋରୁ ବ୍ୟବସାୟୀ ପଶ୍ଚିମବଙ୍ଗକୁ ୭ଟି ଟ୍ରକ୍ ଓ ଗୋଟିଏ  ପିକ ଅପ୍ ଭ୍ୟାନରେ ଗୋରୁ ଚାଲାଣ କରୁଥିଲେ। ଏସଂପର୍କରେ ଖବର ପାଇ  ଖଣ୍ଡପଡ଼ା ଥାନା ଆଇଆଇସି ବିମଳ ମଲ୍ଲିକ ଏବଂ  କଣ୍ଟିଲୋ ଫାଣ୍ଡିର ଏସଆଇ ସଦଳବଳେ ପହଞ୍ଚି  କଣ୍ଟିଲୋ ଫାଣ୍ଡିର ବଡ଼ଭାଣପୁର ଅଞ୍ଚଳରେ ଥିବା ବାରଖୋଲ ଜଙ୍ଗଲରୁ ଗତକାଲି ବିଳମ୍ବିତ ରାତିରେ ଗୋରୁ ବୋଝେଇ ୭ଟି ଟ୍ରକ୍ ଓ ଗୋଟିଏ  ପିକ ଅପ୍ ଭ୍ୟାନ୍ ଜବତ କରିବା ସହ ୮୮ ଟି ଗୋରୁ ଉଦ୍ଧାର କରିଥିଲେ। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି। ତେବେ ଅଧିକାଂଶ ଗାଡ଼ିଚାଳକ ଓ ଗୋରୁ ବେପାରୀ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ।

ଉଦ୍ଧାର ହୋଇଥିବା ଗୋରୁମାନଙ୍କୁ କିଆଝର ପଞ୍ଚାୟତ ଅନ୍ତର୍ଗତ ଗିରିଡ଼ିପଲ୍ଲୀରେ ଥିବା ଗୋଶାଳାକୁ ପଠାଇ ଦିଆଯାଇଛି। ଏହି ଅଞ୍ଚଳରେ ଗୋଚାଲାଣ ରାକେଟ୍ ସକ୍ରିୟ ଥିବା ହେତୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର