ଗୋରୁ ଚାଲାଣ ଘଟଣାରେ ୪ ଗିରଫ, ୨ ପିକ୍‌ଅପ୍‌ ଜବତ, ୪୧ ଗାଈ ଉଦ୍ଧାର

ବେତନଟୀ: ଆଜି ଭୋର୍‌ରେ ବେଆଇନ ଗୋରୁ ଚାଲାଣ ଖବର ପାଇ ବେତନଟୀ ପୁଲିସ ଏସ୍‌ଏସ୍‌ ନଣ୍ତାଶୋଳଠାରେ ଚଢ଼ଉ କରିଥିଲା ଏବଂ ପିକ୍‌ଅପ୍‌ ନମ୍ବର ଓଆର୍‌-୧୧-ଏକେ-୬୮୩୨କୁ ଜବତ କରିଥିଲା। ପିକ୍‌ଅପ୍‌ରେ ୨୪ଟି ଗାଈ ଓ ୧୭ଟି ବଳଦ ଖୁନ୍ଦାଖୁନ୍ଦି ହୋଇଥିଲେ। ଡ୍ରାଇଭର ପିକ୍‌ଅପ୍‌ଟିକୁ ନେଇ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଆଇଆଇସି ରେଣୁବାଳା ସାହୁ, ଏସ୍‌ଆଇ ବଳରାମ ମହାରଣା, ଏଏସ୍‌ଆଇ ଲିଲି ବେହେରା, ଏଏସ୍‌ଆଇ କେକେ ସେଠୀ, ଏଏସ୍‌ଆଇ ସାନନ୍ଦ ନାଏକ ଧରିଥିଲେ।

ଏହି ସମୟରେ ଓଡି-୧୧-ପି-୬୩୧୫ ନମ୍ବର ଅନ୍ୟ ଏକ ବୋଲେରୋର ଗତିବିଧି ଉପରେ ସଂଦେହ କରି ତାକୁ ମଧ୍ୟ ମଧ୍ୟ ଧରାଯାଇଥିଲା। ପରେ ଉଭୟ ଗାଡ଼ିକୁ ବେତନଟୀ ଥାନା ନିଆଯାଇଥିଲା। ଏସ୍‌ଆଇ ଲିଲି ବେହେରାଙ୍କ ଲିଖିତ ଅଭିଯୋଗ ମୂଳେ ୧୬୭/୨୨ରେ ଏକ ମାମଲା ରୁଜୁ ହୋଇଛି। ଯାହାର ତଦନ୍ତ ଏସ୍‌ଆଇ ବଳରାମ ମହାରଣା କରୁଛନ୍ତି। ଧରାପଡ଼ିଥିବା ଗୋ ବ୍ୟବସାୟୀମାନେ ହେଲେ; ବୈଶିଙ୍ଗା ଥାନା ଗୋବିନ୍ଦରାୟପୁରର ଶେଖ ନେଜାମୁଦ୍ଦିନ (୩୨), କଦଳିଆ ଗ୍ରାମର ଲକ୍ଷ୍ମୀଧର ବେହେରା (୩୬), ଗୋବିନ୍ଦପୁରର ସୁମନ୍ତ କବାଟ (୨୦) ଓ ବସ୍ତା ଥାନା ଅଧୀନ ଗାନ୍ଧିଛକର ଏସକେ ଦାଉଦ (୨୪)। ଅଭିଯୁକ୍ତଙ୍କୁ ରାସଗୋବିନ୍ଦପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। ହେଲେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବାରିପଦା ଜେଲ୍‌କୁ ପଠାଇଦିଆଯାଇଛି।

ସମ୍ବନ୍ଧିତ ଖବର