ଖୋର୍ଦ୍ଧା: ୧୬ ନଂ ଜାତୀୟ ରାଜପଥର ଖୋର୍ଦ୍ଧା ସଦର ଥାନା ପାର୍ଶ୍ଵ ଦଳେଇପୁଟ ଛକଠାରେ ସ୍ଥାନୀୟ ଲୋକେ ଏକ ଗୋରୁ ବୋଝେଇ ଟ୍ରକକୁ ଧରିଥିବାର ଖବର ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁରରୁ କୋଲକାତା ଯାଉଥିଲା ଏହି ଟ୍ରକ। ସେଥିରେ ଥିଲେ ପ୍ରାୟ ଶହେରୁ ଅଧିକ ଗୋରୁ। ଅନେକ ଗୋରୁଙ୍କ ଗୋଡ଼ ବାନ୍ଧି ନିଆଯାଉଥିଲା। ସ୍ଥାନୀୟ ଲୋକେ ଧରି ଖୋର୍ଦ୍ଧା ସଦର ଥାନାରେ ଟ୍ରକଟିକୁ ଜିମା ଦେଇ ସେଥିରୁ ଗୋରୁଗୁଡ଼ିକୁ ବାହାର କରିଥିଲେ।ଗୋରୁଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା। କେତେକ ଗାଈ ଟ୍ରକ ଭିତରେ ମରି ପଡ଼ିଥିବାର ଦେଖାଯାଇଥିଲା। ଆଉ କେତେକ ଗୋରୁ ଗୁରୁତର ଅବସ୍ଥାରେ ପଡ଼ିଥିଲେ।

Advertisment

publive-image

ଥାନା ପରିସରରେ ଏତେ ସଂଖ୍ୟକ ଗାଈଗୋରୁ ବୁଲୁଥିଲେ ବି ଥାନା ଅଧିକାରୀ କି କର୍ମଚାରୀଙ୍କର ଦେଖା ମିଳି ନ ଥିଲା। ଏପରିକି କେତେକ ଗାଈ ଥାନା ଭିତରକୁ ଚାଲି ଯାଉଥିଲେ। ଖବର ପାଇ ପଶୁ ଧନ ନିରୀକ୍ଷକ ଆସି ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିଲେ।