ବିନା ହେଲମେଟରେ ମୋବାଇଲରେ କଥା ହୋଇ ଗାଡ଼ି ଚଳାଉଥିବା ଯୁବକଙ୍କୁ ଅଟକାଇଲେ ପୁଲିସ୍ କମିସନର, ତା’ ପରେ…

ଭୁବନେଶ୍ୱର: ରାଜଧାନୀରେ ବେପରୁଆ ଭାବେ ଗାଡ଼ି ଚଳାଉଥିବା ଯୁବକଙ୍କୁ ଧରି ଟ୍ୟୁସନ୍ କଲେ ପୁଲିସ କମିସନର । ଭୁବନେଶ୍ୱର ଶାସ୍ତ୍ରୀନଗର ଛକରେ ଯୁବକ ଜଣଙ୍କ ବିନା ହେଲମେଟରେ ଗାଡି ଚଳାଉଥିବା ବେଳେ ଫୋନରେ ଗପୁଥିଲେ । ଆଉ ସେହି ସମୟରେ ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ ତାଙ୍କୁ ଅଟକାଇ ତାଗିଦ କରିଥିଲେ । ଶେଷରେ ଯୁବକ ଜଣଙ୍କ ଭୁଲମାଗିବା ପରେ ତାଙ୍କୁ ଛଡାଯାଇଥିଲା ।

ଭୁବନେଶ୍ୱର ଶାସ୍ତ୍ରୀନଗର ଛକରେ ପୁଲିସ କମିସନର ଏବଂ ଟ୍ରାଫିକ ପୁଲିସ ନିକଟରେ ଛିଡା ହୋଇଥିବା ଏହି ବ୍ୟକ୍ତିଙ୍କର ଭୁଲ ହେଲା ଗାଡି ଚଲାଇବା ସମୟରେ ତାଙ୍କ ମୁଣ୍ଡରେ ହେଲମେଟ୍ ନଥିଲା । ସବୁଠୁ ସାଂଘାତିକ କଥାଟି ହେଲା, ସେ ଗାଡି ଚଲାଇବା ସମୟରେ ଫୋନରେ କଥା ହେଉଥିଲେ । ଯେତେବେଳେ ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀଙ୍କ ଦୃଷ୍ଟିରେ ଏହି ବେପରୁଆ ଗାଡି ଚାଳକ ଜଣଙ୍କ ପଡିଥିଲା, ସଙ୍ଗେ ସଙ୍ଗେ ଯୁବକଙ୍କୁ ଅଟକାଇଥିଲେ । ପିଏସଓ ଫୋନ ଛଡାଇ ନେବା ସହିତ କିଛି ସମୟ ପାଇଁ କଡା ତାଗିଦ କରିଥିଲା ପୁଲିସ ।

ପୁଲିସ କମିସନର ଏହି ଯୁବକଙ୍କୁ ଏପରି ଭୁଲ ନ କରିବା ପାଇଁ ବୁଝାଇବାକୁ ଚେଷ୍ଟା କରିଥିଲେ । ଅନ୍ୟପଟେ ପୁଲିସ ହାତରେ ଧରାପଡିଥିବା ଯୁବକ ଜଣଙ୍କ ଭୁଲ ମାଗିଥିଲେ ଏବଂ କହିଥିଲେ ଭବିଷ୍ୟତରେ ଏପରି ଭୁଲ କରିବେ ନାହିଁ । ତା’ ପରେ ପୁଲିସ ତାଙ୍କୁ ଛାଡିଥିଲା ।

ସମ୍ବନ୍ଧିତ ଖବର