ଭୁବନେଶ୍ୱର: ସେନାରେ ନିଯୁକ୍ତି ପରୀକ୍ଷା ଦେବାକୁ ଆସି ଭୁବନେଶ୍ବରରେ ଉତ୍ପାତ ମାମଲା ପରେ ପୁଲିସ୍ କମିସନର କଡ଼ା ପଦକ୍ଷେପ ଗ୍ରହଣ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ରାଜ୍ୟ ସରକାର ଓ ୧୨୦ ବାଟାଲିୟନ ମୁଖ୍ୟଙ୍କୁ ଚିଠି ଲେଖି ଆଗକୁ ଏଭଳି ପରୀକ୍ଷା ରାଜଧାନୀ ଭୁବନେଶ୍ୱର ଭିତରେ ନ କରିବାକୁ କହିଛନ୍ତି।
ଏହି ପରୀକ୍ଷା ଗ୍ରାମାଞ୍ଚଳ କିମ୍ବା ଅନ୍ୟ କୌଣସି ଉପଯୁକ୍ତ ସ୍ଥାନରେ କରାଯିବା ଲାଗି ବି ଏହି ଚିଠିରେ ପରାମର୍ଶ ଦିଆଯାଇଥିବା ଜଣାଯାଇଛି। ଏହାଫଳରେ ଏଭଳି ଘଟଣା ଆଉ ଘଟିବ ନାହିଁ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ୮୪ ଟି ପଦବୀ ଲାଗି ଆୟୋଜିତ ସେନା ପରୀକ୍ଷା ଦେବାକୁ ଭୁବନେଶ୍ବର ଆସିଥିଲେ ପ୍ରାୟ ୪୦ ହଜାର ପରୀକ୍ଷାର୍ଥୀ।
/sambad/media/post_attachments/920c24353ab043ed355571b5169e4c1ff0f1c8492182823a48d36daf0ed6f3bb.jpeg)
ଏହି ସେନା ଆର୍ମି ପରୀକ୍ଷା ଦେବାକୁ ଆସି ଭୁବନେଶ୍ବରରେ ଉତ୍ପାତ କରି ଉତ୍ତର ପ୍ରଦେଶର ୩ ଛାତ୍ର କ୍ୟାପିଟାଲ ଥାନାରେ ଗିରଫ ହୋଇଛନ୍ତି | ଯୁବତୀଙ୍କୁ ଦୁର୍ବ୍ୟବହାର ଓ ଆତଙ୍କ ସୃଷ୍ଟି ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।