ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରର ବିଜୁ ଜନତା ଦଳ ପ୍ରାର୍ଥୀ ଯୋଗେଶ କୁମାର ସିଂଙ୍କ ପ୍ରତି ସମର୍ଥନ ଦିନକୁ ଦିନ ବଢ଼ୁଛି। ବହୁ ବିଜେପି ଓ କଂଗ୍ରେସ ନେତା, କର୍ମୀ ବିଜେଡିରେ ସାମିଲ ହୋଇ ଯୋଗଶଙ୍କ ବିଜୟ ପାଇଁ ସଂକଳ୍ପ ନେଇଛନ୍ତି। ୯ ତାରିଖ ଗୁରୁବାର ହେମଗିର ଅଞ୍ଚଳରେ ସିପିଆଇ ଯୁବ ନେତା ତଥା ହେମଗିର ବ୍ଲକ ଜନ ଶକ୍ତି ବିକାଶ ପରିଷଦର ସକ୍ରିୟ ସଦସ୍ୟ ନରେଶ ମେହେର ବିଜେଡିରେ ସାମିଲ ହୋଇଛନ୍ତି। ହେମଗିର ଜମିଦାରଙ୍କ ପ୍ରାସାଦରେ ଆୟୋଜିତ ମିଶ୍ରଣ ପର୍ବରେ ପ୍ରାର୍ଥୀ ଯୋଗେଶ ଓ ଅନ୍ୟ ନେତାମାନଙ୍କ ଉପସ୍ଥିତିରେ ନରେଶଙ୍କ ସହ ମହେଶ କିସାନ, ଉତ୍ତମ ପଧାନ, ମୁକେଶ ସେଠ, ପ୍ରଦୀପ ଖମାରୀ, ନରସିଂହ ବେହେରାଳ ଜୟନ୍ତ ପଧାନ, ଅଜୟ ଅମାତ, ରମେଶ ମେହେର, ଚିତ୍ରସେନ ମେହେର, ଯୋଗେନ୍ଦ୍ର ମେହେର, ଲଲୀନ୍ଦ୍ର ବରୁଆ ଓ ତାଙ୍କ ଦେଢ଼ଶହରୁ ଅଧିକ ସମର୍ଥକଙ୍କ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ, ଜନ କଲ୍ୟାଣକାରୀ ଯୋଜନା ଏବଂ ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ଯୋଗେଶ କୁମାର ସିଂଙ୍କ ଦୃଢ଼ ନେତୃତ୍ଵ ଉପରେ ଆସ୍ଥା ପ୍ରକଟ କରିଥିବା କହିଛନ୍ତି।
/sambad/media/post_attachments/wp-content/uploads/2024/05/4b724318-de57-428f-9253-e7970cca285c.jpeg)
ଯୁବ ନେତା ସଚିନ ବିଶ୍ଵକର୍ମା ଓ ନରେଶ ସିଂଙ୍କ ତତ୍ତ୍ବାବଧାନରେ ନରେଶ ଓ ତାଙ୍କ ସମର୍ଥକଙ୍କ ଯୋଗଦାନ ବିଜେଡି ଶିବିରରେ ଉତ୍ସାହ ଭରିଛି। ହେମଗିର ଅଞ୍ଚଳରେ ଯୋଗେଶ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହେବେ ବୋଲି ଦଳ ତରଫରୁ ଦୃଢ଼ୋକ୍ତି ପ୍ରକାଶ କରାଯାଇଛି। ବିସ୍ଥାପିତ ଆନ୍ଦୋଳନରେ ବହୁ ବର୍ଷ ଧରି ସକ୍ରିୟ ଥିବା ନରେଶ ସିପିଆଇର ଜଣେ ସକ୍ରିୟ ସଦସ୍ୟ ଥିଲେ। ପାର୍ଟିରୁ ଚର୍ଚ୍ଚିତ ବିସ୍ଥାପିତ ନେତା ରାଜେନ୍ଦ୍ର ନାଏକ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ଲଢ଼ୁଛନ୍ତି। ହେମଗିର ଅଞ୍ଚଳରେ ତାଙ୍କ ବଡ଼ ପ୍ରଭାବ ରହିଛି। ଏସ୍ଥିତିରେ ନରେଶ ଦଳ ଛାଡ଼ି ବିଜେଡିରେ ସାମିଲ ହେବା ସିପିଆଇ ବିଶେଷ କରି ରାଜେନ୍ଦ୍ରଙ୍କୁ ଚିନ୍ତାରେ ପକାଇପାରେ ବୋଲି ଆଲୋଚନା ହେଉଛି। ମିଶ୍ରଣ ପର୍ବରେ ହେମଗିର ବ୍ଲକ ବିଜେଡି ସଭାପତି ସୁକାନ୍ତ ପତି, ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ଉପ ସଭାପତି କାଶୀନାଥ ରାଉତ, ତରୁଣକାନ୍ତ ବହିଦାର, ପ୍ରମୋଦ ପତି, ପ୍ରକାଶ ବହିଦାର, ତରୁନକାନ୍ତ ଖମାରୀ, ଆଦର୍ଶ ପଟ୍ଟନାୟକଙ୍କ ସମେତ ଶତାଧିକ କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ। ଏହା ପରେ ଯୋଗେଶ ହେମଗିର ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ, ପଡ଼ାକୁ ଯାଇ ସୁନ୍ଦରଗଡ଼ରେ ନବୀନଙ୍କ ବିକାଶକୁ ଆଗକୁ ନେବାକୁ ତାଙ୍କୁ ଓ ଲୋକସଭା ପ୍ରାର୍ଥୀ ଡ. ଦିଲୀପ ତିର୍କିଙ୍କୁ ବିଜୟୀ କରିବାକୁ ଅନୁରୋଧ କରିଥିଲେ। ସବୁଠି ଯୋଗଶଙ୍କୁ ଲୋକେ ଶଂଖନାଦ କରି ଉତ୍ସାହର ସହ ସ୍ବାଗତ କରୁଥିବା ଦେଖାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/f28910f1-cccd-46f5-b541-1756651fd373.jpeg)