ଭାରତ ବନ୍ଦ ଡାକରାକୁ ସିପିଆଇ (ଏମ୍-ଏଲ୍)ଲିବରେସନର ସମର୍ଥନ

ଭୁବନେଶ୍ବର : ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ସେପ୍ଟେମ୍ବର ୨୭ରେ ଭାରତ ବନ୍ଦ ଡାକରା ଦିଆଯାଇଥିବାବେଳେ ଏହାକୁ ସିପିଆଇ(ଏମ୍-ଏଲ୍) ଲିବରେସନ, ଓଡ଼ିଶା ରାଜ୍ୟ କମିଟି ପୂର୍ଣ୍ଣ ସମର୍ଥନ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ରର ତିନି କଳା କୃଷି ଆଇନ୍ , ବିଜୁଳି ବିଲ୍-୨୦୨୦, ଚାରି ଶ୍ରମକୋଡ୍ ବାତିଲ୍, ଚାଷୀ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟର ଗ୍ୟାରେଣ୍ଟି ଦାବି, ଦେଶର ସମସ୍ତ ସମ୍ପତ୍ତିକୁ ରାଷ୍ଟ୍ରାୟତ୍ତ କମ୍ପାନିକୁ ଟେକି ଦେବା, ଶିକ୍ଷା ଓ ସ୍ବାସ୍ଥ୍ୟରେ ଘରୋଇକରଣ କରିବା ପ୍ରତିବାଦରେ ଭାରତ ବନ୍ଦ ଡାକରା ଦିଆଯାଇଛି।

ଦରଦାମ୍ ବୃଦ୍ଧି ଓ ବେକାରୀ ସମସ୍ୟା ସଙ୍ଗିନ୍ ହେବାରେ ଲାଗିଛି। ସୁପ୍ରିମକୋର୍ଟ ନେତୃତାଧୀନ ଚୟନ କମିଟି ଦ୍ବାରା ଟ୍ରିବୁନାଲ ସଦସ୍ୟ ଓ ବିଭିନ୍ନ କୋର୍ଟର ବିଚାରପତି ନିଯୁକ୍ତି ମଧ୍ୟ କେନ୍ଦ୍ରର ମନମାନିରେ ଚାଲିଛି। ଏହା ଗଣତନ୍ତ୍ର ପ୍ରତି ଶକ୍ତ ଧକ୍କା। ଏହି ଭୟଙ୍କର ପରିସ୍ଥିତିରେ ବିଜେପି, ଆର୍‌ଏସ୍‌ଏସ୍‌ର ସୈରତନ୍ତ୍ର ବିରୁଦ୍ଧରେ ଦେଶକୁ ରକ୍ଷା କରିବା ଆଜି ସବୁଠୁ ଗୁରୁତ୍ବପୂର୍ଣ୍ଣ। ତେଣୁ ସିପିଆଇ(ଏମ୍-ଏଲ୍) ଲିବରେସନ, ଓଡ଼ିଶା ରାଜ୍ୟ କମିଟି ସମସ୍ତ ବାମପନ୍ଥୀ ଗଣତାନ୍ତ୍ରିକ ଶକ୍ତି ସହ ସମ୍ମିଳିତ ଭାବେ ଭାରତ ବନ୍ଦକୁ ସଫଳ କରିବାକୁ ଆହ୍ବାନ ଦେଉଛି ବୋଲି ଦଳର ରାଜ୍ୟ ସଂପାଦକ ଯୁଧିଷ୍ଠିର ମହାପାତ୍ର କହିଛନ୍ତି ।

ସମ୍ବନ୍ଧିତ ଖବର