ଭବାନୀପାଟଣା : ସିପିଆଇ କଳାହାଣ୍ଡି ପକ୍ଷରୁ ୧୩ ଦଫା ଦାବି ନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଭୂମିହୀନମାନଙ୍କୁ ଘରଡ଼ିହ ପ୍ରଦାନ, ରାସନକାର୍ଡ଼ ପାଇ ନଥିବା ଗରିବ ପରିବାରକୁ କାର୍ଡ ପ୍ରଦାନ, ବିଧବା ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ, ଜବ୍‌କାର୍ଡ ହିତାଧିକାରୀଙ୍କୁ ୨୦୦ ଦିନର କାମ ସହିତ ୬୦୦ ଟଙ୍କା ମଜୁରି ପ୍ରଦାନ, ରାସ୍ତା ନଥିବା ଗ୍ରାମକୁ ରାସ୍ତା ନିର୍ମାଣ ସହିତ ପାନୀୟ ଜଳର ବ୍ୟବସ୍ଥା, ନିର୍ମାଣ ଶ୍ରମିକଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ ଆଦି ଦାବି ନେଇ ସ୍ଥାନୀୟ ଡିଆଇଇଟି ଠାରୁ ଏକ ଲାଲ ପଟୁଆର ନଗର ପରିକ୍ରମା କରିଥିଲା।

Advertisment

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଏକ ବିକ୍ଷୋଭ ସଭା ଜଗଦୀଶ ଦୁର୍ଗାଙ୍କ ନେତୃତ୍ବରେ ହୋଇଥିଲା। ଏଥିରେ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଦାମୋଦର ବେହେରା, ଅଗଷ୍ଟ ନାଏକ, ବାନାମ୍ବର ମେହେର, ସଞ୍ଜୟ ସୁନାନୀ, ଜୀବନଜ୍ୟୋତି ବାଗ, ଅକ୍ଷୟ ମେହେର, ସୁରେଶ ମାଝୀ, ମସ୍ତକ ସୁନାନୀ, ରାଜାରାମ ଡଙ୍ଗରୀ, ସୀମାଞ୍ଚଳ ସୁନାନୀ, ବିବେକ ଡଙ୍ଗରୀ, ବିନତା ମାଝୀ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ପରେ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।