ମୋଦି ଶାସନ ପତନର ଓଲଟ ଗଣତି ଆରମ୍ଭ ହୋଇଯାଇଛି : ଜନାର୍ଦ୍ଦନ ପତି

ଭୁବନେଶ୍ୱର : ଗତକାଲି ସୁପ୍ରିମ୍ କୋର୍ଟ ରାଫେଲ ଦୁର୍ନୀତି ସମ୍ପର୍କରେ ରାୟର ରିଭ୍ୟୁ କରାଯିବ ବୋଲି ରାୟ ଦେଇ ମୋଦି ସରକାରଙ୍କ ଗାଲରେ ଶକ୍ତ ଚାପୁଡା ଦେଇଛନ୍ତି । ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ କହିଛନ୍ତି ଯେ ସେ ମୋଦିଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ଚାହାଁନ୍ତି। ଏସବୁ ଘଟଣା ମୋଦି ସରକାରଙ୍କର ମୁଖା ଖୋଲି ଦେଇଛି ଏବଂ ମୋଦି ଶାସନ ପତନର ଓଲଟ ଗଣତି ଆରମ୍ଭ ହୋଇଯାଇଛି । ଏକଥା କହିଛନ୍ତି ଭୁବନେଶ୍ୱର ଲୋକସଭା ଆସନରୁ କଂଗ୍ରେସ ଓ ସି.ପି.ଆଇ. ସମର୍ଥନରେ ଲଢୁଥିବା ସି.ପି.ଆଇ.(ଏମ୍) ପ୍ରାର୍ଥୀ ଜନାର୍ଦ୍ଦନ ପତି । ଆଜି ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀରେ ବାଲିପାଟଣା ଗାନ୍ଧୀ ଛକଠାରୁ ଭୂଆସୁଣି ପଡିଆ ପର୍ଯ୍ୟନ୍ତ ପଦଯାତ୍ରା କରିବା ପରେ ଜନାର୍ଦ୍ଦନ ପତି କଂଗ୍ରେସ ଓ ସି.ପି.ଆଇ.(ଏମ୍)ର ମିଳିତ କର୍ମୀ ସମ୍ମିଳନୀରେ ଉଦ୍‌ବୋଧନ ଦେଇଥିଲେ । ଏଥିରେ ଜୟନ୍ତ ଭୋଇ ସଭାପତିତ୍ୱ କରିଥିଲେ ଏବଂ ବିପିନ୍ ପାତ୍ର ଓ ସୁଧୀର ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ତା’ପରେ ରିଜର୍ଭ ବ୍ୟାଙ୍କ୍ ନିକଟସ୍ଥ ଖାରବେଳ ନଗର, ଫରେଷ୍ଟ ପାର୍କ, ଝାରପଡା ଓ ଜି.ଜି.ପି. କଲୋନୀରେ ଘରକୁ ଘର ବୁଲି ଜନାର୍ଦ୍ଦନ ପତିଙ୍କ ସହିତ ଶତାଧିକ କର୍ମୀ ପ୍ରଚାର କରିଥିଲେ।

ସମ୍ବନ୍ଧିତ ଖବର