ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ୍ ବୋର୍ଡର ସିପିଏସଇ ପରୀକ୍ଷା: ଜୁନ୍‌ ୧୮ରୁ ଉପଲବ୍ଧ ହେବ ଆଡମିଟ୍ କାର୍ଡ

କଟକ : ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ୍ ବୋର୍ଡ ଦ୍ବାରା ପରିଚାଳିତ ମିଳିତ ପୁଲିସ ସେବା ପରୀକ୍ଷା (ସିପିଏସଇ)-୨୦୧୮ ବର୍ଷ ପାଇଁ କମ୍ପ୍ୟୁଟର୍‌ଭିତ୍ତିକ ଲିଖିତ ପରୀକ୍ଷା ଅନ୍‌ଲାଇନ୍‌ରେ ଆସନ୍ତା ଜୁଲାଇ ୨ ତାରିଖରୁ ୯ ତାରିଖ ଓ ଜୁଲାଇ ୧୧ ଓ ୧୨ ତାରିଖ ଦୁଇ ଦିନ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ଆବଶ୍ୟକୀୟ ପରୀକ୍ଷା ପ୍ରବେଶପତ୍ର ଓଡ଼ିଶା ପୁଲିସ ୱେବ୍‌ସାଇଟ୍‌ ମାଧ୍ୟମରେ ଆସନ୍ତା ଜୁନ ୧୮ ତାରିଖରୁ ଉପଲବ୍ଧ ହେବ। ଏ ସମ୍ବନ୍ଧୀୟ ଅଧିକ ସୂଚନା ପ୍ରାର୍ଥୀମାନଙ୍କୁ ପଞ୍ଜିକୃତ ମୋବାଇଲ୍‌ ନମ୍ବର୍‌ ଓ ଇ-ମେଲ୍‌ଡ଼ ଦ୍ବାରା ଜଣାଇ ଦିଆଯିବ। ପ୍ରବେଶପତ୍ର ଡାଉନ୍‌ଲୋଡ୍‌ କରିବାରେ ଯଦି କିଛି ସମସ୍ୟା ହୁଏ, ତେବେ‌ ଏହାକୁ ନେଇ ହେଲପ୍ ଡେସ୍କ୍ ନମ୍ବର‌୍‌ରେ ଯୋଗା‌ଯୋଗ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର