ମାଲକାନଗିରି: ଗୁରୁପ୍ରିୟା ସେତୁରେ ଫାଟ । ଦୁଇବର୍ଷ ନ ପୁରୁଣୁ ଗୁରୁପ୍ରିୟା ସେତୁର ମରାମତି କାମ ଆରମ୍ଭ ହୋଇଛି । ସେତୁର ୧୬ ନମ୍ବର ଗାର୍ଡରର ଯୋଡେଇ ସ୍ଥାନର କାମ ଆରମ୍ଭ ହୋଇଛି । କିଛି ତ୍ରୁଟି ଯୋଗୁଁ ଏହି ରାସ୍ତା ବଙ୍କା ହୋଇଯାଇଥିବା ଦେଖିବାକୁ ମିଳିଛି । ଫଳରେ ସେଠାରେ ମରାମତି କାମ ଆରମ୍ଭ ହୋଇଛି । ପୂର୍ତ୍ତ ବିଭାଗ ଏହି କାମ କରୁଛି । ସବୁଠାରୁ ବଡ କଥା ହେଲା, ଉଦଘାଟନର ଦୁଇବର୍ଷ ନ ପୁରୁଣୁ ଏଭଳି ମରାମତି ହେଉଛି । ମାଲକାନଗିରି ଜିଲ୍ଲାରେ ଲାଇଫଲାଇନ ହେଉଛି ଗୁରୁପ୍ରିୟା ସେତୁ ।

Advertisment

publive-image

କିନ୍ତୁ ଦୁଇବର୍ଷ ନ ପୁରୁଣୁ ସେତୁର ମରାମତି ଅନେକ ପ୍ରଶ୍ନ ସୃଷ୍ଟି କରିଛି । ମରାମତି ଯୋଗୁଁ ଗାଡି ଚଳାଚଳ ବି ଆଂଶିକ ଭାବେ ପ୍ରଭାବିତ ହୋଇଛି । ଏଠାରେ ସୂଚନା ଥାଉ କି ଗୁରୁପ୍ରିୟା ସେତୁ ୨୦୧୮ ମସିହା ଜୁଲାଇ ୨୭ ତାରିଖରେ ଲୋକାର୍ପିତ ହୋଇଥିଲା । ପରେ ୧୮୭ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ଏହି ସେତୁ ପାଇଁ ସାତ ଦଶନ୍ଧି ଧରି ବିଛିନ୍ନ ରହିଥିବା ୧୫୧ଟି ଗ୍ରାମର ପରିଚୟ ବଦଳିଥିଲା |

publive-image

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁକୁ ଉଦଘାଟନ କରି କହିଥିଲେ ଯେ ୨୦୧୪ରେ ଆରମ୍ଭ ହୋଇଥିବା ସେତୁ ମାତ୍ର ୪ ବର୍ଷ ଅବଧି ମଧ୍ୟରେ ଶେଷ ହୋଇଛି। ଓଡ଼ିଶାର ଦୃଢ ଇଛାଶକ୍ତିର ଏହା ପ୍ରତୀକ ଏହି ସେତୁ ଓଡିଶାର ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ସ୍ୱାଭିମାନର ବାର୍ତ୍ତା ଦେଇଛି। ଏବେ ଗୁରୁପ୍ରିୟା ସେତୁର ଫାଟ ଅନେକ ପ୍ରଶ୍ନ ସୃଷ୍ଟି କରିଛି |