ରେଳ ଧାରଣାରେ ଫାଟ: ଦୁର୍ଘଟଣାରୁ ବର୍ତ୍ତିଲା ବିଶାଖାପାଟଣା-କୋର୍ବା ଏକ୍ସପ୍ରେସ

ରାୟଗଡ଼ା/ମୁନିଗୁଡ଼ା: ରେଳ ଧାରଣାରେ ଫାଟ ଯୋଗୁଁ ଗତକାଲି ବିଳମ୍ବିତ ରାତିରେ ବିଶାଖାପାଟଣା -କୋର୍ବା ଏକ୍ସପ୍ରେସ ଟ୍ରେନ୍‌ ଆଉ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛି। କିଛି ରେଳ କର୍ମଚାରୀଙ୍କ ସମୟୋଚିତ ପଦକ୍ଷେପରୁୁ ମୁନିଗୁଡ଼ା ଷ୍ଟେସନ୍‌ ନିକଟରେ ଟ୍ରାକ୍‌ ଭାଙ୍ଗିିଥିବା ସ୍ଥଳକୁ ଚିହ୍ନଟ କରାଯାଇ ଟ୍ରେନ୍‌କୁ ଅଟକାଇ ଦିଆଯାଇଥିଲା। ଗରମ ପରିବେଶ ଯୋଗୁଁ ଟ୍ରାକ୍‌ ଫାଟି ଯାଇଥିବା ଅନୁମାନ କରାଯାଉଛି ବୋଲି ସମ୍ବଲପୁର ଡିିଆର୍‌ଏମ୍‌ କହିଛନ୍ତି। ସେହିଭଳି କର୍ତ୍ତବ୍ୟପରାୟଣତା ପାଇଁ ୩ ଜଣ ରେଳ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ୍‌ ମୁନିଗୁଡ଼ା ଷ୍ଟେସନ୍‌ ଅତିକ୍ରମ କରିଥିଲା। ତେବେ ଏହି ଟ୍ରେନ୍‌ ଗଲା ବେଳେ ନିୟନ୍ତ୍ରଣ ହରାଇବା ଭଳି ଜଣାପଡ଼ିବାରୁ ଡ୍ରାଇଭର ଟ୍ରାକ୍‌ରେ ତ୍ରୁଟି ଥିବା ଅନୁମାନ କରି ଗାଡ଼ି ପଛପଟେ ଥିବା ଗାର୍ଡଙ୍କୁ ସୂଚନା ଦେଇଥିଲେ। ଗାର୍ଡ ମଧ୍ୟ ଏ ସମ୍ପର୍କରେ ଷ୍ଟେସନ ପରିଚାଳକଙ୍କୁ ଖବର ପହଞ୍ଚାଇଥିଲେ। ଫଳରେ ବୈଷୟିକ କର୍ମଚାରୀ ଏବଂ ରେଳବାଇ ସୁରକ୍ଷା ନିରୀକ୍ଷକ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବା ବେଳେ ଟ୍ରାକ୍‌ଟି ଫାଟି ଦୁଇ ଖଣ୍ଡ ହୋଇ ଯାଇଥିବା ଦେଖିଥିଲେ। ଫଳରେ ସେହି ଟ୍ରାକ୍‌ରେ ଆସୁଥିବା ବିଶାଖାପାଟଣା-କୋର୍ବା ଏକ୍ସପ୍ରେସ ଟ୍ରେନ୍‌କୁ ଷ୍ଟେସନଠାରୁ ଏକ କିମି ଦୂରରେ ଅଟକାଯାଇଥିଲା। ରେଳବାଇ ବୈଷୟିକ ଦଳ ଟ୍ରାକ୍‌ ମରାମତି କରିବା ପରେ ଦେଢ଼ ଘଣ୍ଟା ବିଳମ୍ବରେ ଟ୍ରେନ୍‌ କୋର୍ବା ଅଭିମୁଖେ ଯାତ୍ରା କରିଥିଲା।
ବିଳମ୍ବରେ ଉକ୍ତ ଟ୍ରେନ୍‌ ଚଳାଚଳ କରିଥିଲା। ତେବେ ଏ ସମ୍ପର୍କରେ ରେଳବାଇ କର୍ତ୍ତୃପକ୍ଷ କୈାଣସି ସୂଚନା ଦେଇନଥିଲେ।

 

ସମ୍ବନ୍ଧିତ ଖବର