ପାଟପୁର: ପାଟପୁର ଥାନା ଅଧୀନ ପୋଡ଼ାମାରୀ ଓ ଡେଙ୍ଗାଓସ୍ତା ଗ୍ରାମରେ ଚାଲିଥିବା ବେଆଇନ ବାଣ ଗୋଦାମ ଉପରେ ଆଜି ରାତିରେ ପୁଲିସ ଚଢ଼ଉ କରିଛି। ୧୦ ଲକ୍ଷ ଟଙ୍କାର ବାଣ ଜବତ ହୋଇଥିବା ବେଳେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ, ପୋଡ଼ାମାରୀ ଗ୍ରାମର ପି.ପ୍ରଶାନ୍ତ କୁମାର ସୁବୁଦ୍ଧି, ଏ.ସୀମାଞ୍ଚଳ ପାତ୍ର, ସନ୍ତୋଷ କୁମାର ପାଢ଼ୀ ଓ ଡେଙ୍ଗାଓସ୍ତା ଗ୍ରାମର ୟୁ.ଭଗବାନ ପାତ୍ର। ୪ଟି ମାମଲା ରୁଜୁ ହୋଇଛି। ଏଥିରେ ସଂପୃକ୍ତ ଜଣେ ବାଣ ବ୍ୟବସାୟୀଙ୍କ ଅନ୍ୟ ଗୋଦାମରେ ବି ବିପୁଳ ପରିମାଣର ବାଣ ଗଚ୍ଛିତ ଥିବା ସନ୍ଦେହ କରାଯାଉଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି। ଆଗାମୀ ଦିନରେ ବେଆଇନ ବାଣ ‌‌ବ୍ୟବସାୟ ଉପରେ ଚଢ଼ଉକୁ ବ୍ୟାପକ କରାଯିବ ବୋଲି ଥାନାଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।