ଝାରସୁଗୁଡା: ଝାରସୁଗୁଡା ଅମଲୀପାଲି ସ୍ଥିତ ସଭାସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନ ସାଢେ ୧୧ଟାରେ ପହଞ୍ଚିବେ। କିନ୍ତୁ ସଭାସ୍ଥଳରେ ମୋଦୀଙ୍କ ଅବିକଳ ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭ୍ରମ ସୃଷ୍ଟି ହୋଇଛି।
ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି କର୍ଣ୍ଣଟକର ଉଡୁପି ଜିଲ୍ଲାର ସଦାନନ୍ଦ ନାୟର। ପୂର୍ବରୁ ସେ କର୍ଣ୍ଣାଟକ ସରକାରଙ୍କ ଅଧୀନରେ କାମ କରୁଥିବା ବେଳେ ୨୦୧୭ ମସିହାରେ ଠାରେ ଦାଢ଼ି ବଢ଼ିଯିବା ପରେ ସେ ମୋଦୀଙ୍କ ପରି ଅବିକଳ ଦେଖାଯାଉଥିବା ଲୋକେ କହିଥିଲେ।
ଏହା ପରଠାରୁ ସେ ମୋଦୀଙ୍କ ବେଶରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା କହିଛନ୍ତି। ସେପଟେ ସଦାନନ୍ଦଙ୍କୁ ଦେଖି ତାଙ୍କ ସହ ସେଲ୍ଫି ନେବାକୁ ଲୋକଙ୍କ ଭିଡ଼ ଲାଗିଛି।
ତେଜସକର ମହାପାତ୍ର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/27/modis-look-alikes-craze-at-rally-2025-09-27-09-56-25.jpg)