ଭୁବନେଶ୍ବର : କେନ୍ଦୁଝର ଓ ସୁନ୍ଦରଗଡ଼ରେ ୩୩୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିମନ୍ତେ ବିଭିନ୍ନ ବର୍ଗରେ ୩୨ଟି ନୂଆ ପଦବି ସୃଷ୍ଟି କରାଯାଇଛି। କେନ୍ଦୁଝର ଡାକ୍ତରଖାନା ପାଇଁ ୩ ନିଶ୍ଚେତକ ବିଶେଷଜ୍ଞ, ଜଣେ ଲେଖାଏ ଅସ୍ଥିଶଲ୍ୟ, ଏଫ୍ଏମ୍ଟି, ଦନ୍ତ ଚିକିତ୍ସକ, ଜରୁରୀକାଳୀନ ମେଡିକାଲ ଅଧିକାରୀ, ୨ଟି ବ୍ଲଡ ବ୍ୟାଙ୍କ ଅଧିକାରୀ, ୮ମେଡିକାଲ ଅଧିକାରୀ ଓ ୩ ପରୀକ୍ଷଗାର ସହାୟକଙ୍କୁ ମିଶାଇ ସମୁଦାୟ ୨୦ଟି ପଦବି ସୃଷ୍ଟି କରାଯାଇଛି। ସେହିପରି ସୁନ୍ଦରଗଡ଼ ମେଡିକାଲ ପାଇଁ ୩ ନିଶ୍ଚେତକ ବିଶେଷଜ୍ଞ, ଜଣେ ଲେଖାଏ ଅସ୍ଥିଶଲ୍ୟ, ଦନ୍ତ ଚିକିତ୍ସକ, ଏଫ୍ଏମ୍ଟି, ଜରୁରୀକାଳୀନ ମେଡିକାଲ ଅଧିକାରୀ, ୨ଜଣ ବ୍ଲକ୍ ବ୍ୟାଙ୍କ ଅଧିକାରୀ ଓ ୩ଜଣ ପରୀକ୍ଷାଗାର ସହାୟକଙ୍କୁ ମିଶାଇ ୧୨ଟି ପଦବି ସୃଷ୍ଟି ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp