ଭୁବନେଶ୍ୱର : ‘କ୍ରେଚ୍‌’ ବ୍ୟବସ୍ଥା ପାଇଁ ମାନବାଧିକାର କମିସନଙ୍କୁ ନିବେଦନ

ଭୁବନେଶ୍ୱର : ୨୦୧୭ ମସିହାରୁ ମାତୃତ୍ୱ ଅଧିକାର ଆଇନ ସହ ଶିଶୁମାନଙ୍କ ଯତ୍ନ ପାଇଁ ‘କ୍ରେଚ’(ଶିଶୁ ସଦନ) ବ୍ୟବସ୍ଥା କରାଯିବା ଲାଗି ଆଇନରେ ବ୍ୟବସ୍ଥା ରହିଛି। ମାତୃତ୍ୱ ଅଧିକାର ଆଇନର ଧାରା ୧୧(କ) ଅନୁସାରେ ଯେଉଁ ସଂସ୍ଥାରେ ସର୍ବନିମ୍ନ ୫୦ ମହିଳା କର୍ମଚାରୀ କାମ କରୁଛନ୍ତି ସେହି ସଂସ୍ଥା ନବଜାତ ଶିଶୁମାନଙ୍କ ସେବା ଓ ଯତ୍ନ ପାଇଁ କ୍ରେଚ ବ୍ୟବସ୍ଥା କରିବ। କିନ୍ତୁ ଓଡ଼ିଶାରେ ଘରୋଇ ସଂସ୍ଥା ତ’ ଦୂରର କଥା ରାଜ୍ୟ ସରକାର ନିଜ କର୍ମଚାରୀଙ୍କର ଶିଶୁ ମାନଙ୍କ ପାଇଁ ଏହି କ୍ରେଚ ବ୍ୟବସ୍ଥା କରିନାହାନ୍ତି। ୨୦୦୦ ମସିହାରେ ଦିଲ୍ଲୀ ମୁନିସିପାଲିଟିର ମଷ୍ଟର ରୋଲ ମହିଳା କର୍ମଚାରୀ ମାମଲାରେ ସୁପ୍ରିମକୋର୍ଟ ଏ ବାବଦରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସଚିବାଳୟ, ତୋଷାଳି ଭବନ ସହ ସବୁ ଦପ୍ତରରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ଶିଶୁମାନଙ୍କର ଯତ୍ନ ନେବା ପାଇଁ କ୍ରେଚ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ନିର୍ଦେଶ ଦେବା ପାଇଁ ଆଇନଜୀବୀ ବିଶ୍ବପ୍ରିୟ କାନୁନ୍‌ଗୋ, ବିଜୟ କୁମାର ପଣ୍ଡା, ଶୁଭାଶିଷ ପଣ୍ଡା, ଗୋଲକ ପ୍ରସାଦ ନାୟକ, ସୁବ୍ରତ ମହାପାତ୍ର, ପ୍ରକାଶ ଚନ୍ଦ୍ର ଦାସ ପ୍ରମୁଖ ମିଳିତ ଭାବେ ରାଜ୍ୟ ମାନବ ଅଧିକାର କମିସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର