ଜଗତସିଂହପୁର: ପାରାଦୀପ ବନ୍ଦରରୁ କୋକେନ୍ ଜବତ ହୋଇଥିବା ଜାହାଜରୁ ଜଣେ କ୍ରିଉ ସଦସ୍ୟ ଡେଇଁଥିବା ଜଣାଯାଇଛି। ତାଙ୍କର ହାତ କଟା ଯାଇଥିବା ଅବସ୍ଥାରେ ସେ ସମୁଦ୍ରକୁ ଡେଇଁଥିଲେ। ଆଜି ସକାଳେ ଏଭଳି ଘଟଣା ଘଟିଛି। ପରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଗୁରୁତର ଅବସ୍ଥାରେ ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
କ୍ରିଉ ସଦସ୍ୟ ହେଲେ ବୁଇ କଂ ହୁ। ସେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ଏହି ସଦସ୍ୟ ଭିଏତନାମର ନାଗରିକ ହୋଇଥିବା ବେଳେ ଦେବୀ ଜାହାଜରେ ପିଆଇସିଟି କମ୍ପାନିର ବର୍ଥକୁ ପଣ୍ୟ ନେବାପାଇଁ ଆସିଥିଲା ଏହି ଜାହାଜ। ଗତ ଡିସେମ୍ବର ୧ ତାରିଖ ରେ ଜାହାଜ ରୁ ୨୨୦ କୋଟି ଟଙ୍କାର କୋକେନ ଜବତ ହେବାପରେ ଏବେ ୨୧ କ୍ରିଉ ସଦସ୍ୟଙ୍କୁ ଅଟକ ରଖାଯିବା ସହ ଜାହାଜକୁ ଜବତ କରିଛି କଷ୍ଟମ ବିଭାଗ। ତେବେ କଷ୍ଟମ ବିଭାଗ ଜାହାଜକୁ ଆଙ୍କରେଜ ଏରିଆରେ ଅଟକ ରଖିଥିବା ବେଳେ କିଭଳି ଏହି କ୍ରିୟୁ ମେମ୍ବର ନିଜର ହାତ କାଟିଲେ ଓ ସମୁଦ୍ର ଭିତରକୁ ଡେଇଁଲେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଡସେମ୍ବର ୧ ତାରିଖରେ ୨୨୦ କୋଟି ଟଙ୍କାର କେକେନ୍ ଜବତ ହୋଇଥିଲା। ୨୩ ପ୍ୟାକେଟ୍ କୋକେନ୍ରୁ ୨୨ ପ୍ୟାକେଟ୍ ଜବତ ହୋଇଥିବା ବେଳେ ଆଉ ଗୋଟିଏ ଜାହାଜର ତଳେ ଥିବା ପାଣି ଟ୍ୟାଙ୍କର୍ରେ ଥାଇପାରେ ବୋଲି ତଦନ୍ତକାରୀ ଟିମ୍ ସନ୍ଦେହ କରିଥିଲା। ତେବେ ଦୀର୍ଘ ଦଶ ଦିନ ପରେ ବି ତଦନ୍ତକାରୀ ସଂସ୍ଥା ଜାହାଜରୁ କୋକେନ୍ ଖୋଜିଥିଲା। ଏକ ବିଶେଷସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ ଏବେ ୧୦ଜଣଙ୍କୁ ସ୍କାନର୍ରେ ନିଆଯାଇଛି। ତିନି କ୍ରିଉ ମେମ୍ବର୍, ୬ କ୍ରେନ୍ ଅପରେଟର୍ ଓ ଜଣେ ଷ୍ଟିଭଡୋରିଂର ବରିଷ୍ଠ ସଦସ୍ୟଙ୍କୁ ଆଜି ପଚରାଉଚରା କରାଯାଇଛି। ଏମାନଙ୍କୁ ସାମ୍ନାସାମ୍ନି ବସାଇ ତଦନ୍ତକାରୀ ସଂସ୍ଥା ପଚରାଉଚରା କରୁଥିବା ବେଳେ ଜାହାଜ ଭିତରକୁ କିଏ, କେଉଁ ସମୟରେ, କେଉଁଠାରୁ କୋକେନ୍ ଚଢାଇଲା, ତାର ଖିଅ ତଦନ୍ତକାରୀ ସଂସ୍ଥା ଖୋଜୁଥିବା ଜଣାପଡ଼ିଛି। ସୀମା ଶୁଳ୍କ ବିଭାଗକୁ ଆଜି ବି କୋକେନ୍ ଘଟଣାରେ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲା। ହେଲେ ସେମାନେ କୌଣସି ଉତ୍ତର ଦେଇ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/paradeep-ww.jpg)