କଟକ : କ୍ରାଇମ୍ବ୍ରାଞ୍ଚରେ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ‘କ୍ରାଇମ୍ ଆନାଲିସିସ୍ ଵିଙ୍ଗ’। ଜିଲ୍ଲାସ୍ତରର ପୁଲିସ ଅଫିସରମାନେ ସମ୍ବେଦନଶୀଳ ମାମଲାରେ ଏଣିକି ସିଧାସଖଳ କ୍ରାଇମ୍ବ୍ରାଞ୍ଚ ଏଡିଜିଙ୍କ ସହିତ ମୋବାଇଲ୍ ଭିଡିଓ କଲ୍ରେ ପରାମର୍ଶ ନେବେ। ମାମଲା ଅନୁଯାୟୀ କ୍ରାଇମ୍ବ୍ରାଞ୍ଚର ଏକ୍ସପର୍ଟ ପୁଲିସ ଅଫିସରଙ୍କୁ ମଧ୍ୟ ଭିଡିଓ କଲ୍ରେ ନିୟୋଜିତ କରାଯିବ। ଭିଡିଓ କଲ୍ ପାଇଁ କ୍ରାଇମ୍ବ୍ରାଞ୍ଚରେ ଏବେ ଦୁଇଟି ଟ୍ୟାବ୍ ଅଫିସରଙ୍କୁ ଯୋଗାଇ ଦିଆଯାଇଛି। ବଡ଼ ପ୍ରୋଜେକ୍ଟରରେ ଦେଖିବା ଉଦ୍ଦେଶ୍ୟରେ ୩୦ ଲକ୍ଷ ଟଙ୍କାର ପ୍ରୋଜେକ୍ଟର ଲଗାଯିବାକୁ କ୍ରାଇମ୍ବ୍ରାଞ୍ଚ ରାଜ୍ୟ ସରକାରୀଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି।
ଜିଲ୍ଲାରୁ କ୍ରାଇମ୍ବ୍ରାଞ୍ଚକୁ ପ୍ରତ୍ୟେକ ଦିନ ଆସୁଥିବା ସିଚୁଏସନ୍ ରିପୋର୍ଟରେ ସମ୍ବେଦନଶୀଳ ମାମଲାର ଅନୁଧ୍ୟାନ କରିବାକୁ କ୍ରାଇମ୍ବ୍ରାଞ୍ଚକୁ ମାସାଧିକ କାଳ ଲାଗିଯାଉଥିଲା। ଏମିତିକି ଜିଲ୍ଲା ଏସ୍ପି କିମ୍ବା ଏସ୍ଡିପିଓ ସୁପରଭିଜନ ରିପୋର୍ଟ ଦେବାରେ ବିଳମ୍ବ କରୁଥିବାରୁ ପ୍ରମାଣ ଦୁର୍ବଳ ହୋଇଯାଉଥିଲା। ଆଜି ‘କ୍ରାଇମ୍ ଆନାଲିସିସ୍ ଵିଙ୍ଗ’ ଆରମ୍ଭ ହେବା ପରେ ତଦନ୍ତକାରୀ ଅଧିକାରୀଙ୍କୁ ବିଶେଷ ସହାୟକ ହୋଇପାରିବ। କ୍ରାଇମ୍ବ୍ରାଞ୍ଚ ଏଡିଜିଙ୍କ ନେତୃତ୍ବରେ ଆଇଜି, ଦୁଇ ଜଣ ପବ୍ଲିକ ପ୍ରସିକ୍ୟୁଟର ପ୍ରତ୍ୟେକ ଦିନ ହେବାକୁ ଥିବା ଭିଡିଓ କନ୍ଫରେନ୍ସି˚ରେ ଉପସ୍ଥିତ ରହିବେ। ଗ୍ୟାଙ୍ଗଵାର୍, ଦୁଷ୍କର୍ମ, ହତ୍ୟା, ଡକାୟତି, ମାନବ ଚାଲାଣ, ସାଇବର୍ ଅପରାଧ, ଅନ୍ଲାଇନ୍ ଠକେଇ, ଗୁଣି ଗାରେଡ଼ି ଭଳି ଗୁରୁତ୍ବପୂର୍ଣ୍ଣ ମାମଲାରେ ଅଭିଜ୍ଞ କ୍ରାଇମ୍ବ୍ରାଞ୍ଚ ଡିଏସ୍ପି କିମ୍ବା ଇନ୍ସ୍ପେକ୍ଟରଙ୍କୁ ଭିଡିିଓ କନ୍ଫରେନ୍ସି˚ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ଦିନ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯାଇ ମାମଲାର ତଦନ୍ତକାରୀ ଅଧିକାରୀ(ଆଇଓ)ଙ୍କ ସହିତ କ୍ରାଇମ୍ବ୍ରାଞ୍ଚ ଅଧିକାରୀ ଆଲୋଚନା କରିବାକୁ ନିଷ୍ପତ୍ତ ନିଆଯାଇଛି। ଆଇଓମାନେ ନିଜ ମୋବାଇଲ୍ର ହ୍ବାଟସଆପ୍ରେ ଭିଡିଓ କନ୍ଫରେନ୍ସି˚ କରି କ୍ରାଇମ୍ବ୍ରାଞ୍ଚ ଅଧିକାରୀଙ୍କ ସହିତ କଥା ହେବେ। ଆଜି ବୈଠକକୁ ସ୍ପେଶାଲ ଆର୍ମ ପୁଲିସ ଏଡିଜି ମନୋଜ କୁମାର ଛାବ୍ରା ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଡିଜି ସୁଧା˚ଶୁ ଷଡ଼ଙ୍ଗୀ, ଏଡିଜି ବିନୟତୋଷ ମିଶ୍ର, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆର୍.ପି. କୋଚେ ପ୍ରମୁଖ ସାମିଲ ଥିଲେ। ଜିଲ୍ଲା ସ୍ତରରେ ଥିବା ଆଇଓଙ୍କ ସହିତ ମାମଲା ସମ୍ପର୍କରେ ଆଲୋଚନା କରିଥିଲେ।