ଭଦ୍ରକ/ଚାନ୍ଦବାଲି: ନୟାଗଡର ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟାକାଣ୍ଡରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିବା ବେଳେ ହତ୍ୟାକାଣ୍ଡରେ ସଂପୃକ୍ତ ତାର ୬ ଜଣ ସହଯୋଗୀଙ୍କୁ ପୁଲିସ ଗିରଫ କରି ଜେଲ ପଠାଇଦେଇଛି। ଚାନ୍ଦବାଲି ପୁଲିସର ଅପାରଗତା ପାଇଁ ଶର୍ମିଷ୍ଠା ରାଜ୍ୟ ବାହାରକୁ ଫେରାର ହୋଇଯାଇଥିବା ସୁବଠି ଚର୍ଚ୍ଚା ହେବା ପରେ ଭଦ୍ରକ ଜିଲ୍ଲା ପୁଲିସ ଆଉ ଶର୍ମିଷ୍ଠାକୁ ଧରିବ ନାହିଁ ବୋଲି ଚିତ୍ର ସ୍ପଷ୍ଟ ହେବା ପରେ ରାଜ୍ୟ ସରକାର ଏଇ ହତ୍ୟାକାଣ୍ଡ ଘଟଣାର ଗୁରୁତ୍ବ ଉପଲବ୍ଧି କରି ଗତକାଲିଠାରୁ ଏହାର ତଦନ୍ତ ଭାର କ୍ରାଇମ ବ୍ରାଞ୍ଚ ହାତକୁ ଦେଇ ଦେଇଛି।
ଗତକାଲି କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ୍ ଭଦ୍ରକ ଏସପିଙ୍କୁ ଭେଟି ମାନସ ଅପହରଣ ମାମଲାର ପୁଲିସ ତଦନ୍ତ ସଂପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିବା ପରେ ଗତକାଲି ଚାନ୍ଦବାଲିରେ ପହଞ୍ଚିଥିଲା। ପ୍ରଥମ ଦିନରେ ଚାନ୍ଦବାଲି ଥାନା ଆଇଆଇସି ଓ ଏସଡିପିଓଙ୍କ ସହ ଅପହରଣ ଓ ହତ୍ୟା ଘଟଣାର ତଦନ୍ତ ସଂପର୍କରେ ଆଲୋଚନା କରି ତଥ୍ୟ ସଂଗ୍ରହକରି ଥିଲେ। ତଦନ୍ତର ବିଭିନ୍ନ ଦସ୍ତାବିଜ୍ ପୁଲିସ ପାଖରୁ ସଂଗ୍ରହ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ ।
ଗତ ୬ ତାରିଖରେ ଶର୍ମିଷ୍ଠା ଓ ତାର ୫ ଜଣ ସହଯୋଗୀ ଏକ କାର ଯୋଗେ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କୁ ଅପହରଣ କରିବା ପାଇଁ ଭୁବନେଶ୍ବରରୁ ଚାନ୍ଦବାଲି ଆସିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ନାଲଗୁଣ୍ଡା ଗ୍ରାମର ଦଧିବାମନ କ୍ଲବ ଛକରୁ ମାନସକୁ ସେମାନେ ଅପହରଣ କରି ନେଇଥିଲେ। ଏଇ ଅଞ୍ଚଳର ପଳାସପୁର ଗ୍ରାମରେ ହୋଇଥିବା ଏକ ବାହାଘରକୁ ଫଟୋ ଉଠାଇବାକୁ ଆସିଥିବା ମାନସକୁ ନାଟକୀୟ ଢଙ୍ଗରେ ଅପହରଣ କରିଥିବା ନେଇ ସ୍ଥାନୀୟ ଗ୍ରାମବାସୀମାନେ ଆଜି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଡିଏସପି କଳ୍ପନା ସାହୁଙ୍କୁ କହିଛନ୍ତି।
/sambad/media/post_attachments/wp-content/uploads/2022/03/97b59b92-2df0-400c-9d42-095f3cc26500-e1648213798190-1024x586.jpg)
ଆଜି ପଳାସପୁର ଗ୍ରାମରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି। ଅପହରଣ ବେଳେ ମଧ୍ୟ ମାନସଙ୍କୁ ଶର୍ମିଷ୍ଟା ମାଡ ମାରିଥିବା କଥା କିଛି ପ୍ରତ୍ୟେକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ମାନସକୁ କାହିଁକି ଏମିତି ଟାଣି ଘୋଷାରୀ ମାଡ ମରାଯାଉଥିବା ନେଇ କିଛି ସ୍ଥାନୀୟ ଲୋକ ଆପତ୍ତି ଉଠାଇବା ବେଳେ ଶର୍ମିଷ୍ଟାଙ୍କର ଲୋକ ସ୍ଜଥାନୀୟ ଗ୍ରାମବାସୀଙ୍କୁ କହିଥିଲେ କି ମାନସ ସେମାନଙ୍କର କ୍ୟାମରୋ ଚୋରି କରି ନେଇ ଆସିଛି। ଏଇଭଳି ନାଟକୀୟ ଢଙ୍ଗରେ ମାନସକୁ ଚାନ୍ଦବାଲିର ନାଲଗୁଣ୍ଡା ଅଞ୍ଚଳରୁ ଉଠାଇ ଆଣିବାର ସକ୍ଷମ ହୋଇଥିଲେ ଶର୍ମିଷ୍ଟା। ନାଲଗୁଣ୍ଡା ଅଞ୍ଚଳରେ ଯେଉଁ ଘରେ ବାହାଘର ଚାଲୁଥିଲା। ସେହି ଘର ଲୋକ ଓ ଗ୍ରାମବାସୀଙ୍କ ସହ ମଧ୍ୟ କ୍ରାଇମ ବ୍ରାଞ୍ଚ ଟିମ୍ ପଚରା ଉଚରା କରିଛି। ସବିଶେଷ ତଥ୍ୟ ସଂଗ୍ରହ ପରେ ଚାନ୍ଦବାଲି ଆଇଆଇସି କରୁଣାକର ରାଉତ ଓ ଚାନ୍ଦବାଲି ଡିଏସପିଙ୍କ ସହ କଥା ହୋଇ ଆଜି କ୍ରାଇମବ୍ରାଞ୍ଚ ଟିମ୍ ଭୁବନେଶ୍ବର ଫେରିଛି। କ୍ରାଇମବ୍ରାଞ୍ଚର ଅନ୍ୟ ଏକ ଟିମ୍ ସହ ଚାନ୍ଦବାଲି ପୁଲିସର ଏକ ଟିମ୍ ମଧ୍ୟ ବାହାର ରାଜ୍ୟକୁ ଶର୍ମିଷ୍ଠାକୁ ଖୋଜିବାକୁ ଯାଇଛି। ଶର୍ମିଷ୍ଟା ବାଙ୍ଗାଲୁରୁରେ ରହୁଥିବା କଥା ବିଶେଷ ସୂତ୍ରରୁ ଖବର ମିଳିଥିବା ବେଳେ ବାରଂବାର ସ୍ଥାନ ବଦଳାଉ ଥିବାରୁ ପୁଲିସ ତାକୁ ଠାବ୍ କରିବାକୁ କଷ୍ଟକର ହେଉଛି ବୋଲି ଜେଣ ତଦନ୍ତକାରୀ ଅଧିକାରୀ ନିଜର ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ତେବେ ଶମିଷ୍ଠା ଖୁବ୍ ଶୀଘ୍ର ଗିରଫ ହେବ ବୋଲି ସୂଚନା ମିଳୁଛି।/sambad/media/post_attachments/wp-content/uploads/2022/03/IMG-20220324-WA0083.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/3e97f138-e969-4b15-bc07-d6591a8e2bf5.jpg)
