କଟକ : କ୍ରାଇମ୍‌ବ୍ରାଞ୍ଚରେ ୨୫ ପୁଲିସ୍‌ ଅଧିକାରୀଙ୍କୁ ସମ୍ବର୍ଦ୍ଧନା

କଟକ : ବ୍ୟବସ୍ଥାରେ ସୁଧାର ଆଣିବା ସହ ବ୍ୟବସ୍ଥାକୁ ସୁଦୃଢ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଆଜି ୨୫ଜଣ ପୁଲିସ୍‌ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପୁଲିସ୍‌ ଡିଜି ଡକ୍ଟର ବିଜୟ କୁମାର ଶର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇ ସେମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

ସମ୍ବର୍ଦ୍ଧିତ ପ୍ରତିଭାଙ୍କ ମଧ୍ୟରେ ଜଣେ ଏସ୍‌ପି, ଜଣେ ଅତିରିକ୍ତ ଏସ୍‌ପି, ୨ ଡିଏସ୍‌ପି, ୧୬ ଇନ୍ସପେକ୍ଟର, ୬ ଏସ୍‌ଆଇ ଅନ୍ତର୍ଭୁକ୍ତ। ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ, ବାଲେଶ୍ବର ଅତିରିକ୍ତ ଏସ୍‌ପି ଗୋବିନ୍ଦ ସେଠୀ, ବ୍ରହ୍ମପୁର ଡିଆଇବି ଡିଏସ୍‌ପି ଅଜୟ କୁମାର ମିଶ୍ର, ଅନୁଗୁଳ ଡିଏସ୍‌ପି ଦିଲ୍ଲୀପ କୁମାର ନାୟକ, ଗଜପତି ଇନ୍ସପେକ୍ଟର ବିବେକାନନ୍ଦ ସ୍ବାଇଁ, ଏସ୍‌ଟିଏଫ୍‌ ଇନ୍ସପେକ୍ଟର ଉର୍ମିଳା ମଲ୍ଲିକ, ଭୁବନେଶ୍ବର ସହରାଞ୍ଚଳ ଇନ୍ସପେକ୍ଟର ଉମାକାନ୍ତ ପ୍ରଧାନ, ଜୟଦେବ ବିଶ୍ବଜିତ, ପିଟିସି (ଅନୁଗୁଳ) ଇନ୍ସପେକ୍ଟର ଜାଗେଶ୍ବରୀ ବେହେରା, କଳାହାଣ୍ତି ଇନ୍ସପେକ୍ଟର ଗୋବିନ୍ଦ ମାଝୀ, ପୁରୀ ଇନ୍ସପେକ୍ଟର ଗେଲି କୁମାରୀ ସାହୁ, ଗୌରାଙ୍ଗ ଚନ୍ଦ୍ର ପୃଷ୍ଟି, ରାୟଗଡ଼ା ଇନ୍ସପେକ୍ଟର ଜୟଶ୍ରୀ ପ୍ରଧାନ, ବୌଦ୍ଧ ଇନ୍ସପେକ୍ଟର ଅକ୍ଷୟ କୁମାର ଘଡେ଼ଇ, କଟକ ଇନ୍ସପେକ୍ଟର ବିଜୟ କୁମାର ମଲ୍ଲିକ, କ୍ରାଇମ୍‌ବ୍ରାଞ୍ଚ ଇନ୍ସପେକ୍ଟର ସୁବାସିନୀ ଜେନା, ଗଞ୍ଜାମ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ, ମୟୂରଭଞ୍ଜ ଇନ୍ସପେକ୍ଟର ଯୋଗେନ୍ଦ୍ର କୁମର ମଲ୍ଲିକ, ବ୍ରହ୍ମପୁର ଭିଜିଲାନ୍ସ ଇନ୍ସପେକ୍ଟର ବୈଦେହୀ କୁମାରୀ ବେହେରା, ରାୟଗଡ଼ା ଏସ୍‌ଆଇ ସୁଶାନ୍ତ କୁମାର ଶତପଥୀ, ମାଲକାନଗିରିର ଏସ୍‌ଆଇ ସନ୍ତୋଷୀ ବାରିକ, କେନ୍ଦୁଝର ଏସ୍‌ଆଇ ଶ୍ରୀକାନ୍ତ ସାହୁ, ଜଗତସି˚ହପୁର ଏସ୍‌ଆଇ ପଦ୍ମାଳୟା ପ୍ରଧାନ, ଏସ୍‌ଟିଏଫ୍‌ ଏସ୍‌ଆଇ ଆଶିଷ ଚନ୍ଦ୍ର ଜେନା, ସମ୍ବଲପୁର ଏସ୍‌ଆଇ ବିଭୂତି ଭୂଷଣ ଦଳାଇ ସମ୍ବର୍ଦ୍ଧିତ ହୋଇଥିଲେ।

କ୍ରାଇମ୍‌ବ୍ରାଞ୍ଚ ଅତିରିକ୍ତ ଡିଜି ସନ୍ତୋଷ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ଏସ୍‌ପି. ସୁଧା˚ଶୁ ଶେଖର ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର