କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡାଙ୍କ ଦାୟିତ୍ବ ଗ୍ରହଣ

କଟକ : କ୍ରାଇମବ୍ରାଞ୍ଚ ଏଡିଜି ଭାବେ ନୂଆ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଫିସର ସଂଜୀବ ପଣ୍ଡା। ୧୯୯୪ ବ୍ୟାଚର ଆଇପିଏସ୍ ଅଫିସର ଶ୍ରୀ ପଣ୍ଡା ସୋମବାର ଦିନ ପ୍ରାୟ ୧୦ଟା ୩୦ ବେଳେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଦାୟିତ୍ବ ନେବା ଅବସରରେ ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟରେ ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ଦେଖାଯାଉଥିବା ନିର୍ଯାତନାର ତଦନ୍ତ କ୍ଷେତ୍ରରେ ଅଧିକ ଗୁରୁତ୍ବ ଦିଆଯିବା ସହିତ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବ। ଅନ୍ୟପଟେ ରାଜ୍ୟରେ ସାଇବର୍ ଅପରାଧର ମୂଳୋତ୍ପାଟନ ସହିତ ଜନସାଧାରାଣଙ୍କୁ ଏ ନେଇ ସଚେତନ କରାଯିବ । ଦାୟିତ୍ବ ଗ୍ରହଣ ସମୟରେ କ୍ରାଇମବ୍ରାଞ୍ଚ ଆଇଜି ଅମରେନ୍ଦ୍ରନାଥ ସିହ୍ନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର