ଭୁବନେଶ୍ବର: ଟାଟା ମୋଟର୍ସ ନାଁରେ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ଆକାଶ ପାଠକଙ୍କୁ ୫ ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ| ଭୁବନେଶ୍ବର ଏସଡିଜେଏମ୍ କୋର୍ଟ ରିମାଣ୍ଡ ମଞ୍ଜୁର କରିଛନ୍ତି| କ୍ରାଇମବ୍ରାଞ୍ଚ ଆସନ୍ତାକାଲିଠାରୁ ୫ ଦିନିଆ ରିମାଣ୍ଡରେ ନେବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ଆଇଏଫ୍ଏସ୍ ଅଫିସର ଅଭୟ ପାଠକଙ୍କ ପୁଅ ଆକାଶ ନାମରେ ହୋଇଥିବା ଠକେଇ ମାମଲା ବାବଦରେ କମିସନରେଟ୍ ପୁଲିସ କୋର୍ଟଙ୍କୁ ଅବଗତ କରିଥିଲା। ଖାରବେଳ ନଗର ଥାନା ପକ୍ଷରୁ ଲିଖିତ ଭାବେ ଏହି ମାମଲା ସମ୍ପର୍କରେ ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ଉପସ୍ଥାପନ କରାଯାଇଥିଲା। ସ୍କାଏ କିଙ୍ଗ୍ ସଂସ୍ଥାକୁ ୬୫ ଲକ୍ଷ ଟଙ୍କା ଠକିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହେବା ପରେ ପୁଲିସ ଉଭୟ ବାପ-ପୁଅଙ୍କ ନାମରେ ଏକ ମାମଲା ରୁଜୁ କରିଥିଲା। ଉଭୟ ଜେଲରେ ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବ ହୋଇନଥିଲା। ଏଣୁ କୋର୍ଟ ଜରିଆରେ ଅଭିଯୁକ୍ତଙ୍କୁ ଅବଗତ କରାଯାଇଥିଲା। ଏହି ଆବେଦନ ଗ୍ରହଣ ହେବା ପରେ ପୁଲିସ ଉଭୟଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଥିଲା।
/sambad/media/post_attachments/wp-content/uploads/2020/12/t-86.jpg) ଅନ୍ୟପଟେ ଆକାଶର ସ୍ପେସିମେନ୍ ଦସ୍ତଖତ ସଂଗ୍ରହ କରାଯାଇଛି। ଏହି ଦସ୍ତଖତ ସହ ଟାଟା ମୋଟର୍ସ ଲେଟର ପ୍ୟାଡ୍ରେ ଥିବା ବିଭିନ୍ନ ଦସ୍ତଖତର ସାମଞ୍ଜସ୍ୟ ପରୀକ୍ଷା କରିବା ପାଇଁ ଫରେନ୍ସିକ୍ ଲ୍ୟାବ୍କୁ ପଠାଯାଇଛି।ସ୍କାଏ କିଙ୍ଗ୍ ସଂସ୍ଥାର ମ୍ୟାନେଜିଂ ପାର୍ଟନର ପ୍ରଭାସ ଚୌଧୁରୀଙ୍କ ଅଭିଯୋଗ କ୍ରମେ ଖାରବେଳ ନଗର ଥାନାରେ ରୁଜୁ ହୋଇଥିବା ମାମଲାର ଖୋଳତାଡ଼ କରୁ କରୁ ପୁଲିସ ଆଇଏଫ୍ଏସ୍ ଅଫିସର ଅଭୟ ପାଠକଙ୍କ ସମ୍ପୃକ୍ତିର ପ୍ରମାଣ ପାଇଛି।
ଅନ୍ୟପଟେ ଆକାଶର ସ୍ପେସିମେନ୍ ଦସ୍ତଖତ ସଂଗ୍ରହ କରାଯାଇଛି। ଏହି ଦସ୍ତଖତ ସହ ଟାଟା ମୋଟର୍ସ ଲେଟର ପ୍ୟାଡ୍ରେ ଥିବା ବିଭିନ୍ନ ଦସ୍ତଖତର ସାମଞ୍ଜସ୍ୟ ପରୀକ୍ଷା କରିବା ପାଇଁ ଫରେନ୍ସିକ୍ ଲ୍ୟାବ୍କୁ ପଠାଯାଇଛି।ସ୍କାଏ କିଙ୍ଗ୍ ସଂସ୍ଥାର ମ୍ୟାନେଜିଂ ପାର୍ଟନର ପ୍ରଭାସ ଚୌଧୁରୀଙ୍କ ଅଭିଯୋଗ କ୍ରମେ ଖାରବେଳ ନଗର ଥାନାରେ ରୁଜୁ ହୋଇଥିବା ମାମଲାର ଖୋଳତାଡ଼ କରୁ କରୁ ପୁଲିସ ଆଇଏଫ୍ଏସ୍ ଅଫିସର ଅଭୟ ପାଠକଙ୍କ ସମ୍ପୃକ୍ତିର ପ୍ରମାଣ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Crime-Branch-to-be-Taken-Aakash-in-Remand_Thumbnail.jpg)
