ଲକ୍‌ଡାଉନ୍‌ରେ ନାବାଳିକା ଗଣଦୁଷ୍କର୍ମ ମାମଲା : ଓଟିଭି ଏମ୍‌ଡିଙ୍କୁ ହାଜର ପାଇଁ କ୍ରାଇମବ୍ରାଞ୍ଚର ନୋଟିସ୍

ଭୁବନେଶ୍ବର : ଲକ୍‌ଡାଉନ୍‌ ସମୟରେ ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ଓଟିଭି ପରିଚାଳନା ନିର୍ଦ୍ଦେଶିକା (ଏମ୍‌ଡି) ଜାଗିମଙ୍ଗତ ପଣ୍ଡାଙ୍କୁ ଆସନ୍ତାକାଲି ଇଓଡବ୍ଲୁ କାର୍ଯ୍ୟାଳୟରେ ହାଜର ହେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ନୋଟିସ୍ ଜାରି କରାଯାଇଛି। ଆସନ୍ତାକାଲି ଦିନ ୧୧ଟାରେ ହାଜର ହେବା ଲାଗି କୁହାଯାଇଛି।

ନୋଟିସ ଦେବା ଲାଗି କ୍ରାଇମବ୍ରାଞ୍ଚର ୪ଜଣିଆ ଏକ ଟିମ୍ ଆଜି ଅପରାହ୍‌ଣରେ ଓଟିଭି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ କର୍ମଚାରୀମାନେ ପ୍ରଥମେ ଫାଟକ ଖୋଲି ନ ଥିଲେ। ପରେ ଓଟିଭିର ଆସିଷ୍ଟାଣ୍ଟ ମ୍ୟାନେଜର୍‌(ଅପରେସନ୍) ଏହି ନୋଟିସ୍ ଗ୍ରହଣ କରିଥିଲେ। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତଭାର ନେବା ପରେ ଏମ୍‌ଡିଙ୍କ ପିଏ କୃଷ୍ଣ ବେହେରା ଓ ଅନ୍ୟ ଦୁଇଜଣଙ୍କୁ ଜେରା କରାଯାଇଥିଲା।

ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ୩୦ ତାରିଖରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ନେଇ ମହିଳା ଥାନାରେ ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଥିଲା। ପ୍ରାୟ ୪୦ ଦିନ ପରେ କୌଣସି ନିଷ୍କର୍ସ ନ ବାହାରିବାରୁ ଗତ ୭ତାରିଖରେ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା।

ସମ୍ବନ୍ଧିତ ଖବର