ଭଦ୍ରକ: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳରେ କ୍ରାଇମ୍ ବ୍ରାଞ୍ଚ ଟିମ୍ ପକ୍ଷରୁ ତଦନ୍ତ ଜାରି ରହିଛି। ପୁଲିସ ଶର୍ମିଷ୍ଠାର ୬ ଜଣ ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ଶର୍ମିଷ୍ଠାର ପତ୍ତା ପୁଲିସ ନପାଇବାରୁ କ୍ରାଇମ୍ ବ୍ରାଞ୍ଚ ଟିମ୍ ଏହି ଘଟଣାରେ ତଦନ୍ତ କରିଛନ୍ତି।
ଗତ ଫେବ୍ରୁଆରି ମାସ ୬ ତାରିଖରେ ରାତିରେ ଶର୍ମିଷ୍ଠା ଓ ତାର ୫ ଜଣ ସହଯୋଗୀ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କୁ ଅପହରଣ କରିବାକୁ ଆସିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ଗ୍ରାମର ଦଧିବାମନ କ୍ଲବ ଛକରୁ ମାନସଙ୍କୁ ଅପହରଣ କରାଯାଇଥିଲା। ମାନସ ଅପହରଣ ହେବା ପରେ ଏହି ଅଭିଯୁକ୍ତମାନେ ଭୁବନେଶ୍ୱର ଅଭିମୁଖେ ଯାଇଥିଲେ। ସେଦିନ ବାହାଘର ହୋଇଥିବା ଝିଅଙ୍କ ଘରକୁ ଯାଇ ମଧ୍ୟ କ୍ରାଇମ୍ ବ୍ରାଞ୍ଚ ଟିମ୍ ତଦନ୍ତ କରିଛି। ଚାନ୍ଦବାଲି ଆଇଆଇସି କରୁଣାକର ରାଉତ ଓ ଚାନ୍ଦବାଲି ଏସ ଡି ପି ଓଙ୍କ ସହ ମଧ୍ୟ କ୍ରାଇମ୍ ବ୍ରାଞ୍ଚ ଟିମ୍ କଥା ହୋଇଛନ୍ତି। ଏହି ତଦନ୍ତରେ କ୍ରାଇମ୍ ବ୍ରାଞ୍ଚର ଡିଏସପି ଓ ଏହି ଟିମ୍ ର ୫ ଜଣ ତଦନ୍ତକାରୀ ଅଧିକାରୀ ସାମିଲ୍ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/manas-swain-sss.jpg)
