ଝାରସୁଗୁଡ଼ା/ବ୍ରଜରାଜନଗର: ନବ ଦାସଙ୍କୁ ଗୁଳିମାଡ଼ କରାଯାଇଥିବା ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି। ଏଡିଜି ଅରୁଣ ବୋଥ୍ରା ନିଜେ ଅନୁଧ୍ୟାନ କରୁଛନ୍ତି। କ୍ରାଇମବ୍ରାଞ୍ଚ ସହ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ ଲାଗି ଉପସ୍ଥିତ ଅଛନ୍ତି। କ୍ରାଇମସ୍ପଟରେ ଥ୍ରି-ଡି ଡିଜିଟାଲ ସ୍କାନର ଲଗାଯାଇଛି। ଆଜି ପୁଣି ଗୋଟାଏ ଖୋକା ମିଳିଛି। ପୂର୍ବରୁ ଘଟଣାସ୍ଥଳରୁ ଗୋଟିଏ ଖାଲି ଖୋକା ଏବଂ ଅନ୍ୟ ତଥ୍ୟ ପ୍ରମାଣ ଜବତ କରାଯାଇଛି।

Advertisment

publive-image

ଏହି ଟିମ୍ ୯ ଏମଏମ ପିସ୍ତଲ, ୩ ରାଉଣ୍ଡ ଜୀବନ୍ତ ଗୁଳି, ଅଭିଯୁକ୍ତ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କ ଏକ ମୋବାଇଲ୍ ଫୋନ ଜବତ କରିଛି। ବନ୍ଧୁକ ଓ ଗୁଳିର ବାଲାଷ୍ଟିକ ପରୀକ୍ଷା ଏବଂ ମତ ପାଇଁ ଫରେନସିକ ଲାବରୋଟୋରିକୁ ପଠାଯାଇଛି।

ତେଣେ ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ୪ ଜଣିଆ କ୍ରାଇମବ୍ରାଞ୍ଚ ବ୍ରହ୍ମପୁର ଆସି ପହଞ୍ଚିଥିବା ଜଣାଯାଇଛି। ଏହି ଟିମ୍ ଏ ଏସ ଆଇ ଗୋପାଳଙ୍କ ପତ୍ନୀଙ୍କୁ ଜେରା କରୁଥିବାର ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲା ଗୋପାଳଙ୍କ ଜଳେଶ୍ୱରଖଣ୍ଡି ସ୍ଥିତ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି। ଗୋପାଳଙ୍କ ସ୍ତ୍ରୀ ଓ ପିଲାଙ୍କୁ ଗୋପାଳଙ୍କ ବିଷୟରେ ଅଧିକ ତଥ୍ୟ ହାସଲ କରିବାକୁ ଛାନଭିନ୍ ଚଳାଇଛି କ୍ରାଇମବ୍ରାଞ୍ଚ।