ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ ଘଟଣା: ତଦନ୍ତ ପାଇଁ କାଶୀପୁରରେ କ୍ରାଇମବ୍ରାଞ୍ଚ ଟିମର ଛାନଭିନ୍

ରାୟଗଡ଼ା: ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କ ଆକ୍ରମଣ ଘଟଣାରେ ତଦନ୍ତ ପାଇଁ ରାୟଗଡା କାଶୀପୁରରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିଛି। ୩ ଜଣ ପୁଲିସ ଅଧିକାରୀଙ୍କୁ ନେଇ ଏହି  ଟିମ ଗଠିତ ହୋଇଛି । ଆକ୍ରମଣ ସମୟର ଭିଡିଓକୁ ମଧ୍ୟ ତଦନ୍ତ ପରିସରକୁ ନିଆଯାଇଛି । ଆକ୍ରମଣର କାରଣର ବିଭିନ୍ନ  ଦିଗକୁ ତଦନ୍ତ କରାଯିବ । ସେପଟେ ଗିରଫ ହୋଇଥିବା ଅଭିଯୁକ୍ତ ସୁମନ୍ତ ନାୟକ  ୩ ଦିନିଆ ରିମାଣ୍ଡରେ ଅଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍  ରାୟଗଡ଼ାର କାଶୀପୁରରେ ପହଞ୍ଚି ଛାନଭିନ କରିଛି । ଏହି ଟିମରେ ଦୁଇ ଜଣ ଏସଆଇ ଏବଂ ଜଣେ ଏଏସ୍‌ଆଇଙ୍କୁ ନେଇ ଟିମ ଗଠିତ ହୋଇଛି । ସେହିଭଳି ଘଟଣାର ଅଧିକ ତଦନ୍ତ ପାଇଁ ମୁଖ୍ୟ ଅଭିଯୁକ୍ତ ସୁମନ୍ତ ନାୟକଙ୍କୁ ପୁଲିସ ରିମାଣ୍ଡରେ ନେଇଛି । କୋର୍ଟରେ କାଶୀପୁର ପୁଲିସ ଅଭିଯୁକ୍ତକୁ ୭ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ତେବେ ମାନ୍ୟବର ଏସଡିଜେଏମ କୋର୍ଟ ତିନି ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ।

ଅନ୍ୟପକ୍ଷରେ, ଉତ୍କଳ ଭାରତ ସଭାପତି ଖାରବେଳ ସ୍ବାଇଁଙ୍କୁ ରାୟଗଡ଼ାର କାଶୀପୁରରେ ଆକ୍ରମଣ ହେବା ପରେ ତାଙ୍କୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ରାଜ୍ୟର ସମସ୍ତ ରେଞ୍ଜ ଆଇଜି, ଡିଆଇଜି ଓ ଏସପିମାନଙ୍କୁ  ଏକ ସର୍କୁଲାର ଜାରି କରିଛନ୍ତି।

ଏଠାରେ ପ୍ରକାଶ ଥାଉକି ଉତ୍କଳ ଭାରତ ପାର୍ଟି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହେଉଥିବାବେଳେ ଖାରବେଳ ୩ ଜାଗାରେ ଆକ୍ରମଣର ଶିକାର ହୋଇ ସାରିଲେଣି। ଏହା ପୂର୍ବରୁ ତାଙ୍କ ଉପରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳିରେ ମଧ୍ୟ ଆକ୍ରମଣ ହୋଇଥିଲା।

ସମ୍ବନ୍ଧିତ ଖବର