କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ଭେଟି ୨ ଘଣ୍ଟା କାଳ ପଚରାଉଚରା କଲା କ୍ରାଇମବ୍ରାଞ୍ଚ ଟିମ୍‌

ଜୟପୁର: କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା। ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିଛିନ୍ତି କ୍ରାଇମବ୍ରାଞ୍ଚ ଟିମ୍‌। ପୀଡିତାଙ୍କ ମା, ଖୁଡ଼ୀ ଓ ୨ ଭାଇଙ୍କୁ ଭେଟିଛନ୍ତି କ୍ରାଇମବ୍ରାଞ୍ଚ ଟିମ। ୨ ଘଂଟା କାଳ ନିବୁଜ କୋଠରୀ ମଧ୍ୟରେ ଜଣକୁ ଜଣକୁ ପଚାଉଚରା କରିଛି ଟିମ। ଘଟଣା ସଂପର୍କରେ ଟିକନିକ କରି ପୀଡ଼ିତାଙ୍କ ପରିବାରକୁ ପଚାରିଛି ଟିମ୍‌। ସେପଟେ ଅନ୍ୟ ଡାକ୍ତର ଦ୍ୱାରା ପୀଡିତାଙ୍କ ମେଡିକାଲ ଟେଷ୍ଟ କରାଯାଉ ଏବଂ ଘଟଣାର ସିବିଆଇ ଯାଂଚ ସହ ନ୍ୟାୟ ଦାବି କରିଛନ୍ତି ପୀଡିତାଙ୍କ ପରିବାର। ଗତକାଲି ପୀଡିତାଙ୍କୁ ଭେଟିବା ସହ ଘଟଣାସ୍ଥଳ ପରିଦର୍ଶନ କରିଥିଲେ କ୍ରାଇମବ୍ରାଂଚର ଏହି ଟିମ୍‌। କୁନ୍ଦୁଲିରେ କ୍ରାଇମବ୍ରାଞ୍ଚ ତଦନ୍ତର ଆଜି ଦ୍ୱିତୀୟ ଦିନ ହୋଇଥିବା ବେଳେ ସତ ବାହାର କରିବାକୁ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର