ଚାନ୍ଦିପୁର ତଥ୍ୟ ଲିକ୍ ମାମଲା : ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ୍

ଭୁବନେଶ୍ବର : ବହୁଚର୍ଚ୍ଚିତ ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଇଣ୍ଟରପୋଲର ସହାୟତା ନେବ ଓଡ଼ିଶା କ୍ରାଇମବ୍ରାଞ୍ଚ ।  ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ଏହି ମାମଲାରେ ଗିରଫ ଅଭିଯୁକ୍ତମାନଙ୍କୁ ହନି ଟ୍ରାପରେ ଫସାଇଥିବା ରହସ୍ୟମୟୀ ମହିଳାଙ୍କୁ ଠାବ କରିବା ସହ ତାଙ୍କ ସମ୍ପର୍କରେ ଅଧିକ ସୂଚନା ପାଇବା ପାଇଁ ଇଣ୍ଟରପୋଲର ସହାୟତା ନିଆଯିବ । ସେ ଲଣ୍ଡନ ନମ୍ବରରୁ କଥା ହେଉଥିବାରୁ ଇଣ୍ଟରପୋଲ ସହାୟତା ମିଳିଲେ ଅଧିକ ତଥ୍ୟ ମିଳିବାର ଆଶା ରହିଛି । ଅନ୍ୟପକ୍ଷରେ ଏହି ରହସ୍ୟମୟୀଙ୍କ ଫଟୋ ଓ ଭିଡିଓ କଲ ଠାବ ହୋଇଥିବା ଏଡିଜି ପଣ୍ଡା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର କେନ୍ଦ୍ର ସଂପର୍କିତ ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ୪ ଜଣ ଠିକା କର୍ମଚାରୀ ହୋଇଥିବାବେଳେ ଜଣେ ଆଇଟିଆରର ସ୍ଥାୟୀ ଡ୍ରାଇଭର ସଚିନ କୁମାର ଛେତା । ଏହି ଅଭିଯୁକ୍ତମାନେ ଉକ୍ତ ରହସ୍ୟମୟୀ ମହିଳାଙ୍କ ହନିଟ୍ରାପରେ ଫସିଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର