ଭୁବନେଶ୍ୱର: ଚାକିରି ଦେବା ନାଆଁରେ ଠକିବା ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି। ତାଙ୍କୁ ଜାମିନରେ ନେଇ ଠକେଇ ମାମଲାର ଅଧିକ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ। ଏବେ ପ୍ରଦୀପ ଝାରପଡ଼ା ଜେଲ୍ରେ ରହିଛନ୍ତି। ଆକାଶ ପାଠକଙ୍କ ସହ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ୍ ବ୍ରାଞ୍ଚ ମୁହାଁମୁହିଁ ଜେରା କରିବ। ସୂଚନାଯୋଗ୍ୟ, ଗତକାଲି ରିମାଣ୍ଡ ଆବେଦନ କରିଥିଲା କ୍ରାଇମ୍ ବ୍ରାଞ୍ଚ।
ସୂଚନାଯୋଗ୍ୟ, ବହିଷ୍କୃତ ବିଜେଡି ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ଡିସେମ୍ବର ୩ ତାରିଖରେ ଆଇପିସିର ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦-ବି ଏବଂ ଆଇଟି ଆକ୍ଟର ଧାରା ୬୬ସି / ୬୬ଡି ଅନୁଯାୟୀ ଗିରଫ କରାଯାଇଥିଲା। ପ୍ରମାଣ ସାମ୍ନାକୁ ଆସିଛି ଯେ ଟାଟା କମ୍ପାନିରେ ଚାକିରି ଯୋଗାଇବାର ମିଥ୍ୟା ପ୍ରତିଶ୍ରୁତି ଅନୁଯାୟୀ ନିଲମ୍ବିତ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ନାମରେ ପାଣିଗ୍ରାହୀ ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲେ। ଏହି ମାମଲା ଆକାଶ ପାଠକଙ୍କ ଛଦ୍ମନାମ, ପ୍ରତାରଣା, ଜାଲିଆତି, ଅପରାଧିକ ଷଡଯନ୍ତ୍ର ଏବଂ ଅନ୍ୟାନ୍ୟ ସାଇବର ଅପରାଧ ସହ ଜଡିତ ବୋଲି କ୍ରାଇମବ୍ରାଞ୍ଚ ଏହା ପୂର୍ବରୁ କହିଥିଲା। ଠକେଇର ଶିକାର ହୋଇଥିବା ବ୍ୟକ୍ତି, କିଛି ସ୍ଥାନୀୟ ଲୋକଙ୍କଠାରୁ ମଧ୍ୟ ତଥ୍ୟ ପ୍ରମାଣ ସଂଗ୍ରହ କରାଯାଇଥିବା ସୂଚନା ମିଳିଥିଲା। ସେହି ସମୟ ମଧ୍ୟରେ ପ୍ରଦୀପଙ୍କୁ ମଧ୍ୟ ରିମାଣ୍ଡରେ ଆଣିବାକୁ ଯୋଜନା ରଖିଥିଲା ତଦନ୍ତକାରୀ ଟିମ୍। ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦିନ ରିମାଣ୍ଡରେ ନେବା ପରେ ପିଟର-ଆକାଶ-ପ୍ରଦୀପ-ସର୍ବେଶ୍ବରଙ୍କୁ ଏକାଠି ମୁହାଁମୁହିଁ ଜେରା କରାଯିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Crime-Branch-to-Remand-Pradeep-Panigrahi_Thumbnail.jpg)