କଟକ : କ୍ରାଇମବ୍ରାଞ୍ଚ ପୁଲିସ ପକ୍ଷରୁ ଅପରାଧ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଶେଷକରି ସାଇବର ଅପରାଧ ସଂକ୍ରାନ୍ତରେ ସଚେତନତା ଅଭିଯାନ ସ୍ୱରୂପ ଆଜି ଏକ ବୁକ୍ ଲେଟ୍ ପ୍ରକାଶ ପାଇଛି। ଏଥିରେ ଏଟିଏମ୍ ଠକେଇ, ନିଯୁକ୍ତି ଆଳରେ ଠକେଇ, ଟାଓ୍ଵାର ନିର୍ମାଣ ଆଳରେ ଠକେଇ, ବୀମା ଠକେଇ, ଲଟେରି ଦୁର୍ନୀତି, ଇଣ୍ଟରନେଟ୍, ମୋବାଇଲ୍ ଫୋନ୍ ଏବଂ ସୋସିଆଲ୍ ମିଡିଆରେ ହେଉଥିବା ଅପରାଧ ସଂକ୍ରାନ୍ତରେ ସଚେତନା ସୃଷ୍ଟି ପାଇଁ ଏହି ବୁକଲେଟ୍ ‘ସାଇବର୍ ଅପରାଧ ନିରାକରଣ ସୂଚନା ଓ ପରାମର୍ଶ’ ପ୍ରସ୍ତୁତ କରାଯାଇଛି।
ଆଜି କ୍ରାଇମବ୍ରାଞ୍ଚରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ଅପରାଧର ତଦନ୍ତ କ୍ଷେତ୍ରରେ ସଫଳତା ହାସଲ କରିଥିବା ପୁଲିସ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଯେଉଁ ମାମଲା ଗୁଡିକରେ ଅପରାଧୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି, ସେହିଭଳି ଗୁରୁତ୍ୱପୂର୍ଣ୍ଣ ମାମଲା ଗୁଡିକର ତଦନ୍ତ କରିଥିବା ୨୪ ଜଣ ଅଫିସରଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସମ୍ବର୍ଦ୍ଧିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ କ୍ରାଇକବ୍ରାଞ୍ଚର ଏଡିଜି ଏସ୍.କେ.ଉପାଧ୍ୟାୟ ଉପସ୍ଥିତ ଥିଲେ। ଏସ୍ଆଇ ସନ୍ତୋଷିନୀ ବାରିକ, ଇନ୍ସପେକ୍ଟର ଦୁଷ୍ମନ୍ତ କୁମାର ନାୟକ, ଇନ୍ସପେକ୍ଟର ଅକ୍ଷୟ କୁମାର ନାୟକ, ଇନ୍ସପେକ୍ଟର ପଲ୍ହା ମିଞ୍ଜ, ଡିଏସ୍ପି ଦେବେନ୍ଦ୍ର ନାୟକ ଦାଶ, ଏସ୍ଆଇ ବିଶ୍ୱପ୍ରକାଶ ରାଉତ, ଏସ୍ଆଇ ଉର୍ମିଳା ଲାର୍କା, ଇନ୍ସପେକ୍ଟର ସଲ୍ୟ ନାୟକ, ସଦାନନ୍ଦ ନାୟକ, ଏସ୍ଆଇ ସାନ୍ଥା ଚରଣ ପ୍ରଧାନ, ଇନ୍ସପେକ୍ଟର ମଳୟ କୁମାର ନାୟକ, ଏସ୍ଆଇ ବିଜୟ କୁମାର ସିଂହ, ଏସ୍ଆଇ ଅନିଲ କୁମାର ପରିଡା, ଇନ୍ସପେକ୍ଟର ଆଶିଷ କୁମାର ସାହୁ, ଇନ୍ସପେକ୍ଟର ମାନସ କୁମାର ସ୍ୱାଇଁ, ଏସ୍ଆଇ ଲଳିତା ପ୍ରଧାନ, ଏସ୍ଆଇ ଦୁଃଖିନ୍ଦ୍ର ସାହୁ, ଇନ୍ସପେକ୍ଟର ବନିତା ମାଝି, ଇନ୍ସପେକ୍ଟର ରଶ୍ମିରଂଜନ ପ୍ରଧାନ, ଇନ୍ସପେକ୍ଟର ହରେକୃଷ୍ଣ ଦାସ, ଇନ୍ସପେକ୍ଟର ତରୁଣ କୁମାର ଦାସ, ଏସ୍ଆଇ ରୋହିତ କୁମାର ଜେନା, ଏସ୍ଆଇ ମନ୍ଦାକିନୀ ମହାନ୍ତ, ଇନ୍ସପେକ୍ଟର ରବୀନ୍ଦ୍ର କୁମାର ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।