ଭୁବନେଶ୍ୱର: ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ ଅପରାଧ ବଢିଛି | ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କ ତାରକା ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା | କୁସୁମ ପ୍ରଶ୍ନ କରିଥିଲେ ଯେ ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଥିବା ଥାନାଗୁଡିକରେ କେତୋଟି ମାମଲା ରୁଜୁ ହୋଇଛି ଓ ରାଜ୍ୟର ପୁଲିସ କର୍ମଚାରୀଙ୍କର ଶେଷ ଥର ପାଇଁ କେବେ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା ? ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ୨୦୧୮ରେ ବିଭିନ୍ନ ଥାନାରେ ୧ଲକ୍ଷ ୭ହଜାର୪୦୮ଟି ମାମଲା ପଂଜିକୃତ ହୋଇଥିବାବେଳେ ୨୦୧୯ରେ ୧ଲକ୍ଷ ୨୧ହଜାର ୫୨୫ଟି, ୨୦୨୦ରେ ୧ଲକ୍ଷ ୩୪ହଜାର ୨୩୦ଟି, ୨୦୨୧ରେ ୧ଲକ୍ଷ ୫୫ହଜାର ୪୨୦ଟି ଓ ୨୦୨୨ରେ ୧ଲକ୍ଷ ୭୮ହଜାର ୧୯୦ ଟି ଅପରାଧିକ ମାମଲା ରୁଜୁ ହୋଇଛି |

Advertisment

ଏଥିମଧ୍ୟରୁ ୨୦୨୦ ମସିହାରେ ସର୍ବାଧିକ ହତ୍ୟା(୧୪୭୦) ମାମଲା ରୁଜୁ ହୋଇଥିବାବେଳେ ୨୦୨୨ରେ ସର୍ବାଧିକ ଡକାୟତି(୬୨୬), ୨୦୨୧ରେ ସର୍ବାଧିକ ଦୁଷ୍କର୍ମ(୩୩୨୭) ମାମଲା ରୁଜୁ ହୋଇଛି | ୪୦ ବର୍ଷ ବୟସରୁ ଅଧିକ ପୁଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି |