ହାଜତ ମୃତ୍ୟୁ ମାମଲାରେ ୪ ଜଣ ପୁଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ୨୦୧୭ ମସିହାର ଏକ ହାଜତ ମୃତ୍ୟୁ ମାମଲାରେ ପୁଲିସ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି | କ୍ରାଇମବ୍ରାଞ୍ଚ ପକ୍ଷରୁ ୪ ଜଣ ପୁଲିସଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି | କୋରାପୁଟ ଜିଲ୍ଲା ଜୟପୁର ପୁଲିସ ଷ୍ଟେସନର ତତ୍କାଳୀନ ଆଇଆଇସି, ତତ୍କାଳୀନ ଏସଡ଼ିପିଓ, ତତ୍କାଳୀନ ଦୁଇ ଏସଆଇଙ୍କ ନାମରେ ମାମଲା ରୁଜୁ ହୋଇଛି |ତତ୍କାଳୀନ ଆଇଆଇସି ତପନ ନାରାୟଣ ରଥଙ୍କ ସହ ଏସଆଇ ଶିବପ୍ରସାଦ ସାହୁ, ରାଜେଶ ବଳିୟାରସିଂହ, ଏସଡିପିଓ ରାଜେନ୍ଦ୍ର ପ୍ରସାଦ ସେନାପତିଙ୍କ ନାମରେ ହତ୍ୟା ମାମଲା ରୁଜୁ ହୋଇଛି | କ୍ରାଇମବ୍ରାଞ୍ଚ ଏଏସପି ରାମଚନ୍ଦ୍ର ଥମ୍ବ ଏହି ମାମଲାର ତଦନ୍ତ କରିବେ |

ସୂଚନା ଥାଉ କି ୨୦୧୭ ଜାନୁଆରୀ ୩୦ ତାରିଖ ଦିନ ପ୍ରାୟ ୨ଟାବେଳେ କେନାଲ ରୋଡରେ ଆକାଶ ଥିବାନେଇ ଖବର ପାଇ ଟାଉନ ପୁଲିସ ପିଛା କରୁଥିଲା । ପୁଲିସ ହାତରୁ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ଗାଡି ପଡିଯିବାରୁ ତାହାର ଗୋଡ, ପିଠି ଓ ମୁଣ୍ତରେ ଗୁରତର ଆହତ ଲାଗିଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ପ୍ରଥମେ ଜୟପୁର, ପରେ କୋରାପୁଟ ମେଡିକାଲକୁ ସ୍ତାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ ଘଟିଥିଲା। ଆକାଶ ମହୁରିଆ ମୃତ୍ୟୁ ମାମଲାରେ ୪ ପୁଲିସ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ଓଡ଼ିଶା ମାନଧିକାର ଆୟୋଗର ଦ୍ବାରସ୍ଥ ହୋଇଥିଲେ ପରିବାରବର୍ଗ ।

ହତ୍ୟା ଅଭିଯୋଗ ଆସିଥିବା ପୁଲିସ କର୍ମଚାରୀମାନେ ହେଲେ ତତକାଳୀନ ଏସଡିପିଓ ରାଜେନ୍ଦ୍ର ସେନାପତି, ତତକାଳନୀ ଟାଉନ ଥାନା ଆଇଆଇସି ତପନ ରଥ ଓ ଦୁଇ ଏସଆଇ ଶିବ ସାହୁ ଏବ˚ ରାଜେଶ ବଳିଆରସି˚ହ । ଆକାଶ ମା ପ୍ରବିଣା ମହୁରିଆ ଅଭିଯୋଗ କରିଥିଲେ ଯେ ୨୦୧୭ ମସିହା ୩୦ ତାରିଖ ଦିନ ୧୨ରୁ ୧ଟା ବେଳେ ଆଇଆଇସି ତପନ ରଥ ଓ ଏସଆଇ ଶିବ ସାହୁଙ୍କ ସମେତ ୨୦ରୁ ୩୦ ପୁଲିସ କର୍ମଚାରୀ ଗାନ୍ଧି ଛକ କେନାଲ ରୋଡରେ ମିଥ୍ୟା ଅଭିଯୋଗ ଆଣି ଅତି ନିସ୍ତୁକ ଭାବେ ପିଟି ପିଟି ମାରି ଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ। ଉକ୍ତ ମୃତକଙ୍କ ନାଁରେ ଜୟପୁର ଟାଉନ ଥାନାରେ ବିଭିନ୍ନ ମାମଲାରେ୧୦ଟି, ସଦରରେ ୩ଟି ଓ ବୋରିଗୁମ୍ମାରେ ଗୋଟିଏ ମାମଲା ରହିଥିବାବେଳେ ୧୦ଟି ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା।

ସେହିପରି ଗତକାଲି ଜୟପୁର ଟାଉନ ଥାନାରେ ତନାଘନା କରିଥିଲେ ଓଡ଼ିଶା ମାନଧିକାର ଆୟୋଗର ଡିଏସପି ବି‌ମଳେନ୍ଦୁ ଶତପଥୀ ଓ ତାଙ୍କର ଜଣେ ସହଯୋଗୀ। ଗତ ଫେବ୍ରୁଆରୀ ମା‌ସରେ ଆୟୋଗ ପକ୍ଷରୁ ଆକାଶଙ୍କ ମା, ଦୁଇ ଭଉଣୀ ଓ ଜଣେ ସମ୍ପର୍କୀୟ ଭାଇଙ୍କୁ ପଚରାଉଚୁରା କରିଥିଲା ଏହି ଟିମ।

ସମ୍ବନ୍ଧିତ ଖବର