ସମ୍ବଲପୁର : ଆକ୍ସନ ମୁଡ୍ରେ ସମ୍ବଲପୁର ପୁଲିସ୍। ୩୨ ଦିନ ମଧ୍ୟରେ ପୁଲିସ୍ର ୩ଟି ଏନ୍କାଉଣ୍ଟର କରି ଚର୍ଚ୍ଚାର ପରିସରକୁ ଆସିଛି। ଏଥିରେ କୁଖ୍ୟାତ ଅପରାଧୀ କ୍ଷେତରାଜପୁର ଥାନା ବଡ଼ବଜାର ପଠାନ୍ପଡ଼ାର ଅମିତ ବିହାରୀ ଓରଫ ଅମିତ ସାହୁ(୩୦)ର ଗୋଡ଼ରେ ଗୁଳି ବାଜିଛି। ସେପଟେ, ଅମିତ ଗୁଳିରେ କ୍ଷେତରାଜପୁର ଥାନା ଆଇଆଇସି ମମତା ନାଏକ ମଧ୍ୟ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ଆଇଆଇସି ଶ୍ରୀମତି ନାଏକ ଓ ଅଭିଯୁକ୍ତ ଅମିତକୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ଅମିତ ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ରାଉଣ୍ଡ ଜୀବନ୍ତ ଗୁଳି ଓ ଗୋଟିଏ ଖୋକା ପୁଲିସ୍ ଜବତ କରିଛି। ସେପଟେ, ଅମିତ ଦ୍ବାରା ଅପହୃତ ବଣ୍ଟି ସିଚୁଆନ୍(୨୮)ଙ୍କୁ ମଧ୍ୟ ଆହତ ଅବସ୍ଥାରେ ପୁଲିସ୍ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛି।
/sambad/media/post_attachments/wp-content/uploads/2019/10/SBPHO4-SBP-Encounter-300x118.jpg)
ଅଭିଯୁକ୍ତ ଅମିତ ବିରୋଧରେ ସମ୍ବଲପୁର, ବରଗଡ଼ ସମେତ ପଡ଼ୋଶୀ ଜିଲ୍ଲାଗୁଡ଼ିରେ ପ୍ରୟେ ୧୦ରୁ ଅଧିକ ମାମଲା ରହିଥିବା ଜଣାପଡ଼ିଛି। ଏହି ଘଟଣାରେ ଆଉ କିଛି ଅଭିଯୁକ୍ତଙ୍କ ସମ୍ପୃକ୍ତି ରହିଥିବାରୁ ପୁଲିସ୍ ଏସମ୍ପର୍କରେ ଏବେ ସବିଶେଷ ତଥ୍ୟ ଦେଇ ପାରିବନି ବୋଲି ଏସ୍ପି କନୱର ବିଶାଳ ସିଂ କହିଛନ୍ତି। ଏସ୍ପି ଶ୍ରୀ ସିଂ କାର୍ଯ୍ୟରେ ଯୋଗ ଦେବା ପରଠାରୁ ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୩ଟି ଏନ୍କାଉଣ୍ଟର ହେଲାଣି। ଏନେଇ ପ୍ରତିକ୍ରିୟା ଦେଇ ସାଧାରଣ ଲୋକଙ୍କୁ ସୁରକ୍ଷିତ ଓ ଶାନ୍ତିରେ ରଖିବା ଉଦ୍ଦେଶ୍ୟରେ ହିଁ ପୁଲିସ୍ ଏହି ପଦକ୍ଷେପ ଗ୍ରହଣ କରୁଛି ବୋଲି କହିଥିଲେ। ଆବଶ୍ୟକସ୍ଥଳେ ପୁଲିସ୍ ଅମିତକୁ ରିମାଣ୍ଡରେ ଆଣିବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବର ୨ ତାରିଖ ଭୋରରୁ ସମ୍ବଲପୁର ସିଟି ଷ୍ଟେସନରେ ଧନୁପାଲି ଓ ସ୍ପେସାଲ ସ୍କ୍ବାଡ୍ର ମିଳିତ ଚଢ଼ଉ ବେଳେ ଏନ୍କାଉଣ୍ଟର ହୋଇଥିଲା ଯେଉଁଥିରେ କୁଖ୍ୟାତ ଅପରାଧୀ ମୌସିନ୍ ଅକ୍ତର ଆହତ ହୋଇଥିଲା। ଏହାପରେ ୧୦ ତାରିଖରେ ଧନୁପାଲି ଥାନା କୁଲୁଥକାନି-ଧନକଉଡ଼ା ରୋଡରେ ପୁଲିସ୍ର ଏନ୍କାଉଣ୍ଟରରେ ଅପରାଧୀ ତ୍ରିଦେବ ବାଗ ଆହତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/encounter-650x430-jagran.jpg)