କେନ୍ଦ୍ରାପଡ଼ା : ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ୍ ଉସମାନ୍ ଅଲ୍ଲୀର ଘନିଷ୍ଠ ସହଯୋଗୀ ସାର୍ପସୁଟର୍ ବାବୁ ଓରଫ ଭବାନୀ ଶଙ୍କର ସାହୁ ପୁଲିସ ଏନକାଉଣ୍ଟରରେ ଆହତ ହୋଇଛି। ପୁଲିସ ଉପରକୁ ଗୁଳି ଚଳାଇ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ବାବୁ ଏନ୍କାଉଣ୍ଟରର ଶିକାର ହୋଇଛି।
ଗତକାଲି ବିଳମ୍ବିତ ରାତିରେ ଛଘରିଆ-ଇଚ୍ଛାପୁର ରାସ୍ତାରେ ପୁଲିସ୍ ସହ ବାବୁର ମୁହାଁମୁହିଁ ହୋଇଥିଲା। ସେ ପାରାଦୀପରୁ ଘରକୁ ଫେରୁଥିବା ସମ୍ପର୍କରେ ଖବର ପାଇ ଏସ୍ପି ନିତି ଶେଖର ସ୍ପେଶାଲ ସ୍କ୍ଵାଡ଼୍ ଓ ଟାଉନ ଥାନା ପୁଲିସ୍କୁ ସତର୍କ କରାଇଥିଲେ। ଯୋଜନା ଅନୁସାରେ ପୁଲିସ୍ ଇଚ୍ଛାପୁର ରାସ୍ତାର ଏକ କଲଭର୍ଟ ପାଖରେ ଜଗି ରହିଥିଲା। ଭୋର ପ୍ରାୟ ୩ଟା ୩୫ରେ ବାବୁ ଏକ କଳା ରଂଗର ଆପାଚିରେ ପାରାଦୀପ ପଟୁ ଛ’ଘରିଆରୁ ଇଚ୍ଛାପୁର ରାସ୍ତାରେ ଆସୁଥିଲା। ପୁଲିସ୍ ଗାଡ଼ି ଦେଖି ପଳାଇବାକୁ ଉଦ୍ୟମ କଲାବେଳେ ପୁଲିସ୍ ତାକୁ ଅଟକାଇବାରୁ ସେ ୩ ରାଉଣ୍ଡ୍ ଗୁଳି ଚଳାଇଥିଲା। ଆତ୍ମରକ୍ଷା ପାଇଁ ପୁଲିସ୍ ଦୁଇ ରାଉଣ୍ଡ ଗୁଳି ଚଳାଇଲାବେଳେ ପୁଲିସ୍ର ଗୋଟିଏ ଗୁଳି ବାବୁର ଡାହାଣ ଆଣ୍ଠୁ ତଳେ ବାଜିଥିଲା। ବାଇକ୍ ଷ୍ଟାର୍ଟ ନହେବାରୁ ସେ ସେଇଠି ପଡ଼ି ଯାଇଥିଲା। ପୁଏିସ୍ ଘଟଣାସ୍ଥଳରୁ ଏକ ଆପାଚି ବାଇକ୍, ୩ଟି ଖୋକା, ଗୋଟିଏ ପିସ୍ତଲ ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା, ସ୍ୱତନ୍ତ୍ର ସ୍କ୍ଵାଡ ଇନ୍ସପେକ୍ଟର ପ୍ରଦୀପ୍ତ କାନୁନ୍ଗୋ, ଟାଉନ ଥାନା ଆଇଆଇସି ତପନ ନାୟକ,ସ୍ଆଇ ରମାକାନ୍ତ ବେହେରା ପ୍ରମୁଖ ଏଥିରେ ସାମିଲ ଥିଲେ।
ବାବୁକୁ ଆହତ ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ପୁଲିସ୍ର ସୂଚନା ଅନୁସାରେ, ବାବୁ ନାଁରେ ୩ଟି ହତ୍ୟା ସମେତ ୧୧ଟି ମାମଲା ରହିଛି। କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ ଜିଲ୍ଲାରେ ବାବୁ ଉତ୍ପାତ କରୁଥିଲା। ସୁପାରି ନେଇ ବାବୁ ଅପରାଧ ଘଟାଉଥିବା ବେଳେ ପୁଲିସକୁ ଚକମା ଦେଇ ଖସି ଯାଉଥିଲା। ୨୦୧୨ରେ ଗ୍ୟାଙ୍ଗ୍ଷ୍ଟର ସୁଲେମାନ୍ର ସହଯୋଗୀ ବିଭାସ ମହାନ୍ତି ହତ୍ୟା ଘଟଣାରେ ବାବୁ ଗିରଫ ହୋଇଥିଲା। ଜାମିନ୍ରେ ମୁକୁଳିବା ପରଠାରୁ ସେ ପୁଲିସ୍ ରେକର୍ଡରେ ଫେରାର ଥିଲା। ପାରାଦୀପରେ ଏକ ଗ୍ୟାଙ୍ଗ୍ ଗଢି ସେଠାରେ ଅଧିକ ସକ୍ରିୟ ଥିଲା। ଆହତ ବାବୁ ରକ୍ତ କର୍କଟରେ ଆକ୍ରାନ୍ତ ଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ସେଥିପାଇଁ ସେ ମାନସିକ ଦୁଶ୍ଚିନ୍ତାରେ ରହିବା ସହ କିଛି ଦିନ ହେଲା ନିଜ ଘରକୁ ବାରମ୍ବାର ଆସୁଥିଲା। ଏଭଳି ସ୍ଥିତିରେ ସେ ଆଜି ପୁଲିସ୍ ଜାଲରେ ପଡ଼ି ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/KDP-Babu-Sahoo.jpg)