୨୦୨୦ରେ ୧ ଲକ୍ଷ ୩୪ ହଜାର ୨୪୩ଟି ଅପରାଧିକ ମାମଲା ପଞ୍ଜିକୃତ ହୋଇଛି: ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଅପରାଧିକ ମାମଲା। ୨୦୧୯-୨୦ ଆର୍ଥିକ ବର୍ଷରେ କେତେ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି ତାହାର ହିସାବ ଦେଇଛନ୍ତି ସରକାର। ୨୦୧୯ରେ ୧ ଲକ୍ଷ ୨୧ ହଜାର ୫୨୫ ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୨୦ରେ ୧ ଲକ୍ଷ ୩୪ ହଜାର ୨୪୩ଟି ମାମଲା ପଞ୍ଜିକୃତ ହୋଇଛି। ଏନେଇ ବିଧାୟକ ଗଣେଶ ରାମ ଖୁଣ୍ଟିଆଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଉତ୍ତର ରଖିଛନ୍ତି ।

ସମ୍ବନ୍ଧିତ ଖବର